କୋଭିଡ କଟକଣାକୁ ବିଜେପି ନେତାଙ୍କ ବେଖାତିର, ସୁପର ସ୍ପ୍ରେଡର ସାଜିବେନି ତ ବିଜେପି ନେତା ?

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁଠି କଟକଣା ଲଗାଉଛନ୍ତି । ଉଦ୍ଦେଶ୍ୟ ଜନଜୀବନର ସୁରକ୍ଷା । ସବୁ ସ୍ତରରେ ସରକାରଙ୍କ ନିଷ୍ପତ୍ତିକୁ ସହଯୋଗ ମିଳୁଥିବା ବେଳେ ଅମାନିଆ ହେଉଛି ବିଜେପି । ବିଜେପି ନେତାମାନେ ବାରମ୍ବାର କୋଭିଡ ନିୟମ ଉଲଂଘନ କରୁଛନ୍ତି । କେତେବେଳେ ଭୁବନେଶ୍ୱରରେ ସାମାଜିକ ଦୂରତାକୁ ଅଣଦେଖା କରି ରାଜନୀତି କରୁଛନ୍ତି ତ କେତେବେଳେ ମାଲକାନଗିରିରେ ଦଳଦଳ ହୋଇ ବୁଲୁଛନ୍ତି । ବିଜେପିର ରାଜନୈତିକ କାର୍ଯ୍ୟକଳାପରେ ଲାଗିନି ଲଗାମ । ସରକାରଙ୍କ କରୋନା ଲଢେଇକୁ ରାଜ୍ୟର ସାଢେଚାରି କୋଟି ରାଜ୍ୟବାସୀ ସହଯୋଗ କରୁଥିବା ବେଳେ ବିଜେପି ନେତାମାନେ ଶସ୍ତା ରାଜନୀତି ପାଇଁ ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ପ୍ରଶ୍ନ ଉଠୁଛି ବିଜେପି ନେତାମାନେ ଏବେ ସୁପର ସ୍ପ୍ରେଡର ସାଜିବେନି ତ ?

CTC BJP Rally

ରାଜ୍ୟ ବିଜେପି ନେତାମାନଙ୍କ ଏଭଳି ଆଚରଣ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୁବନେଶ୍ୱରରେ ବିଜେପି ନେତାମାନେ ବଜାରରେ ବୁଲି କରୁଛନ୍ତି ଦଳୀୟ ପ୍ରଚାର । ଶସ୍ତା ରାଜନୀତି ପାଇଁ ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଜାରି ରଖିଛନ୍ତି ରାଜନୈତିକ କାର୍ଯ୍ୟକଳାପ । କେତେବେଳେ ବର୍ଷକର ଦଳୀୟ ସଫଳତା ପାଇଁ ତ କେବେଳେ ମାଲକାନଗିରିରେ ଦଳଦଳ ହୋଇ ନେତାମାନେ ସାମାଜିକ ଦୂରତା ନିୟମକୁ ଖୋଲା ଉଲଂଘନ କରି ବୁଲୁଛନ୍ତି । ବିଜେପି ନେତାଙ୍କ ଏଭଳି ଆଚରଣ ଓ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ।

ସଂକ୍ରମଣ ଦୃଷ୍ଟିରୁ ସରକାର ବାରମ୍ବାର ତ୍ୟାଗ ଓ ଶୃଙ୍ଖଳା ବଜାୟ ରଖିବାକୁ ଆହ୍ୱାନ ଦେଉଛନ୍ତି । ହେଲେ ବିଜେପି ନେତାମାନେ ବୋଧହୁଏ ରାଜନୀତିରେ ତ୍ୟାଗକୁ ଗ୍ରହଣ କରି ଶୃଙ୍ଖଳା ରଖିବାକୁ ଚାହୁଁନାହାଁନ୍ତି । କରୋନା ସମୟରେ ମଧ୍ୟ ରାଜନୀତିକୁ ଆଡେଇ ରଖିବାକୁ ଚାହୁଁନାହାଁନ୍ତି । ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ କରୋନା ପାଇଁ ସବୁ ସରକାରୀ କାର୍ଯ୍ୟ ଭିଡିଓ କନଫରେନସିଂରେ କରୁଥିବା ବେଳେ ରାଜ୍ୟ ନେତାମାନେ ରାସ୍ତାକୁ ଓହ୍ଲାଇପଡୁଛନ୍ତି । ରାଜ୍ୟ ବିଜେପି ନେତାଙ୍କ ଏଭଳି କାର୍ଯ୍ୟରୁ ପ୍ରଶ୍ନ ଉଠୁଛି ସେମାନେ ଆଗାମୀ ଦିନରେ ଜଣେ ଜଣେ ସୁପର ସ୍ପ୍ରେଡର ହେବେନି ତ ?

ନିକଟରେ ତାଙ୍କ ଦଳ ଜଣେ ବିଧାୟକ କରୋନା ପଜିଟିଭ ହୋଇଥିବା ବେଳେ ଜଣେ କେନ୍ଦ୍ର ମନ୍ତ୍ରୀ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଗତକାଲି ଆଉଜଣେ ବିଧାୟକ କରୋନା ପିଜିଟିଭି ଚିହ୍ନଟ ହୋଇଛି । ହେଲେ ରାଜ୍ୟ ବିଜେପି ନେତାଙ୍କର ଜ୍ଞାନ ଉଦୟ ହେଉନି ।

Leave a Reply