ରାଧାରାଣୀଙ୍କ ଚାଞ୍ଚଲ୍ୟକର ବୟାନ, ଖୋଲିଲେ ଅସନ୍ତୋଷର ପେଡି

ବରଗଡ଼: ପଦମପୁର ଉପନିର୍ବାଚନ ତାତି ଭିତରେ ପଦାରେ ପଡ଼ିଛି ବିଜେପିର ଦଳୀୟ ଅନ୍ତଃକନ୍ଦଳ । ଭାରତୀୟ ଜନତା ପାର୍ଟିର ବିଭୀଷଣକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ବେଳେ ମୋତେ ହରାଇବାକୁ ଦଳର ବରିଷ୍ଠ ନେତା ଯୋଜନା କରିଥିଲେ । ମୋତେ ପରାଜିତ କରିବାକୁ ବରିଷ୍ଠ ନେତା ରଚିଥିଲେ ଅନ୍ତର୍ଘାତୀ ଷଡ଼ଯନ୍ତ୍ର ।

୨୦୨୪ରେ କାଳେ ମୋତେ ପୁଣି ଟିକେଟ ମିଳିଯିବ ସେଥିପାଇଁ ମୋ ବିରୋଧରେ କିଛି ବରିଷ୍ଠ ନେତା ଚକ୍ରାନ୍ତ କରିଥିଲେ ବୋଲି ବୟାନ ଦେଇଛନ୍ତି ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ପଦମପୁର ଉପନିର୍ବାଚନ ପାଇଁ ରାଜନୀତି ଉଷ୍ଣ ଥିବା ବେଳେ ରାଧାରାଣୀଙ୍କ ଏଭଳି ବୟାନ ରାଜ୍ୟ ବିଜେପିକୁ ହରଡ଼ଘଣାରେ ପକାଇଛି ।

କେବଳ ସେତିକି ନୁହେଁ ରାଧାରାଣୀ କହିଛନ୍ତି ପଦମପୁର ଉପନିର୍ବାଚନରେ ମଧ୍ୟ ଦଳକୁ ହରାଇବାକୁ ଆତ୍ମଘାତୀ କାମ କରିବାକୁ କିଛି ନେତା ଷଡ଼ଯନ୍ତ୍ର କରୁଛନ୍ତି । ସେମାନଙ୍କ ଉପରେ ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି ।