ମହଙ୍ଗା ପଡ଼ିଲା ଚୋରା ପ୍ରଚାର, ବିଜେପି ନେତା ହେଲେ ତଡିପାର

ବରଗଡ଼: ମହଙ୍ଗା ପଡ଼ିଲା ଚୋରା ପ୍ରଚାର । ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ମେହେର ତଡ଼ିପାର । ଥାନାରେ ଅଟକ ରଖିବା ପରେ ହିମାଂଶୁଙ୍କୁ ତଡ଼ିପାର କଲା ପୋଲିସ । ବରଗଡ଼ ଜିଲ୍ଲାର ନୁହଁନ୍ତି ହିମାଂଶୁ ମେହେର। ନିୟମ ଅନୁସାରେ ଗତକାଲି ଅପରାହ୍ନ ୪ଟା ପରଠୁ ସେ ବରଗଡ଼ ଛାଡ଼ିବା କଥା। ହେଲେ ନା ପଦମପୁର ନଛାଡ଼ି ପ୍ରଚାର କରୁଥିଲେ ହିମାଂଶୁ ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିଲେ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେଡି । ହିମାଂଶୁଙ୍କ ଟଙ୍କା ବଣ୍ଟା ଭିଡିଓ ଓ ଫଟୋ ସିଇଓଙ୍କ ନିକଟରେ ପ୍ରମାଣ ଭାବେ ଦାଖଲ କରିଥିଲା । ପରେ ହିମାଂଶୁଙ୍କୁ ତଡ଼ିପାର କରିଛି ପୋଲିସ ।