ବିଜେପି ଛାଡି ବିଜେଡିରେ ସାମିଲ ହେଲେ ବହୁ ବିଜେପି କର୍ମୀ

ଭୁବନେଶ୍ୱର: ବିଜୁ ଜନତା ଦଳର ମିଶ୍ରଣ ପର୍ବ। ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ମିଶ୍ରଣ ପର୍ବ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ସମେତ ଶତାଧିକ ବିଜେପି କର୍ମୀ।

କୃଷ୍ଣପ୍ରସାଦ, ପୁରୀ ସଦର ଏବଂ ବ୍ରହ୍ମଗିରିର ନେତା ଓ କର୍ମୀ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି। ଦଳରେ ମିଶିବା ପରେ ସମସ୍ତଙ୍କୁ ସ୍ବାଗତ କରିଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯେଉଁ ବିକାଶ ଚାଲିଛି ତାହାକୁ ଆଗେଇ ନେବେ। ଦଳରେ ଯେଉଁ ସମ୍ମାନ ପାଇଁ ଆଶା ରହିଛି ତାହା ପାଇବେ। ଦଳରେ ଶୃଙ୍ଖଳା ରହିଛି, ସେଇ ହିସାବରେ ପ୍ରତିଷ୍ଠା ମିଳିବ।

ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ସମସ୍ତେ ମିଶି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ଆଗେଇ ନେବା। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଜୟନ୍ତ ମହାନ୍ତି। ଆଗକୁ ପୁରୀ ଜିଲ୍ଲାରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କାମ କରିବେ ବୋଲି କହିଛନ୍ତି। ମିଶ୍ରଣ ପର୍ବରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ ।