ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା: ବିଜେଡି

1 min read

ଭୁବନେଶ୍ୱର: ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା । ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି । ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡ଼ିଶା ବହୁ ଉନ୍ନତ । ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶା ବହୁତ ଉନ୍ନତ ସ୍ଥାନରେ ରହିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ୟୁପି, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଅଧିକ । ଅପରାଜିତା ଷଡଙ୍ଗୀ ଏସବୁ ଉପରେ ହୁଏତ ଅବଗତ ନାହାନ୍ତି

NCRB ରିପୋର୍ଟକୁ ସାଂସଦ ଅପରାଜିତା ଷଡଙ୍ଗୀ ବୋଧେ ପଢିନାହାନ୍ତି ବା ଜାଣି ଶୁଣି ନଜାଣିବା ଭଳି ଅଭିନୟ କରୁଛନ୍ତି । ମହିଳାଙ୍କ ପ୍ରତି ଅସଦାଚରଣ ଓ ହତ୍ୟା ଭଳି ଅପରାଧୀଙ୍କ କାର୍ଯ୍ୟରେ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକର ରେକର୍ଡ ବହୁ ଆଗରେ। ସେସବୁ ରାଜ୍ୟର ବିଫଳତାକୁ ଲୁଚାଇବାକୁ ଅଥବା ଘଣ୍ଟ ଘଉଡାଇବାକୁ ସାଂସଦ ଚେଷ୍ଟା କରୁଛନ୍ତି ।

ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ବିଜେପି ବୋଧ ହୁଏ ଚାହୁଁନାହିଁ ଓଡ଼ିଶାରେ ଶାନ୍ତି ବଜାୟ ରହୁ। ଆମ ସ୍ୱାଭିମାନକୁ ନେଇ କେହି ପ୍ରଶ୍ନ କଲେ ଏହାକୁ କେହିବି ଗ୍ରହଣ କରିବେ ନାହିଁ। ଏଣୁ ବନ୍ଦ ଡାକରା ଦିଆଯିବା ଓ ଏହାକୁ ସମର୍ଥନ କରି ଦାୟିତ୍ବହୀନ ମନ୍ତବ୍ୟ ଦେଇ କେଉଁଠି ନା କେଉଁଠି ନିଆଁରେ ଘିଅ ଢାଳିଥିବା ସ୍ପଷ୍ଟ ପ୍ରତୀୟମାନ ବୋଲି ମତ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର।