ରାସନ ଚାଉଳ ଚୋରି କରି ଧରାପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ମଣ୍ଡଳ ବିଜେପି ସଭାପତି ଅଶ୍ୱିନୀ କୁମାର ପରିଡା

ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତାଙ୍କ କଳାକାରନାମା । ରାସନ ଚାଉଳ ଚୋରି କରି ଧରାପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ମଣ୍ଡଳ ବିଜେପି ସଭାପତି ଅଶ୍ୱିନୀ କୁମାର ପରିଡା । ପଲେଇ ପଞ୍ଚାୟତର କଣିପଡା ସବଳଙ୍ଗର ଡିଲର ପଏଣ୍ଟରେ ଅଶ୍ୱିନୀ କୁମାର ପରିଡା ଡିଲରଙ୍କୁ ନଜଣାଇ ଶତାଧିକ ଚାଉଳ ବସ୍ତାକୁ ଲୁଟ କରିଥିଲେ । ସେଗୁଡିକୁ ନିଜର ସହଯୋଗୀ ସାମଲ ଭେରାଇଟି ଷ୍ଟୋରରେ ଲୁଚାଇ ରଖିଥିଲେ । ଏନେଇ ପଲେଇ ପଞ୍ଚାୟତବାସୀ ଡେରାବିଶ ପୋଲିସକୁ ଜଣାଇଥିଲେ । ଅଶ୍ବିନୀ ପରିଡା ବେଆଇନ ଭାବେ ଚାଉଳ ଗଚ୍ଛିତ ରଖିବା, ସରକାରୀ ଚାଉଳକୁ ଲୁଚାଇ ଭେରାଇଟ ଷ୍ଟୋରରେ ବିକ୍ରି କରିବା ଏବଂ ଆର୍ଥିକ ସ୍ବଚ୍ଛଳ ଥାଇ ମଧ୍ୟ ଦୁଇଟି ରାସନକାର୍ଡ ହାତେଇ ଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଅଭିଯୋଗ ପରେ ଡେରାବିଶ ପୋଲିସ ସହ ଡେରାବିଶ ବ୍ଲକ ଯୋଗାଣ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ କୋଠରୀରୁ ଷାଠିଏ କୁଇଣ୍ଟାଲ ଚାଉଳକୁ ଜବତ କରି ତାଲା ପକାଇଛନ୍ତି ଯୋଗାଣ ଅଧିକାରୀ । ପାଟକୁରା ବିଜେପି ନେତା ତେଯେଶ୍ୱର ପରିଡାଙ୍କ ସହଯୋଗୀ ଅଶ୍ୱିନୀ ପରିଡା ଦୁର୍ନୀତି କରିଥିବା ଅଭିଯୋଗ କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।