ରାଉରକେଲାରେ ବିଜେପି ନେତାଙ୍କ ଦାଦାଗିରି, ଶ୍ରମିକ ନେତାଙ୍କ ଘରେ ପଶି ସ୍ତ୍ରୀଙ୍କୁ କଲେ ଅସଦାଚରଣ

ରାଉରକେଲା: ରାଉରକେଲାରେ ବିଜେପି ନେତାଙ୍କ ଦାଦାଗିରି । ଶ୍ରମିକ ନେତା ପ୍ରଶାନ୍ତ ମାଝୀଙ୍କ ଘରେ ପଶି ବିଜେପି ନେତା ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ପ୍ରଶାନ୍ତ ମାଝୀଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ମାରିଦେବା ପାଇଁ ଧମକ ଦେବା ସହ ବିଭିନ୍ନ ଆସବାବପତ୍ର ଭାଙ୍ଗିଥିବା ନେଇ ସେକ୍ଟର ୩ ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗ ଅନୁସାରେ, ଗତକାଲି ଜଣେ ଯୁବ ବିଜେପି ନେତା, ପ୍ରଶାନ୍ତ ମାଝୀଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ । ପ୍ରଶାନ୍ତ ମାଝୀଙ୍କ ପତ୍ନୀଙ୍କୁ ଧକ୍କା ମାରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବିଜେପି ସାଂସଦ ଜୁଏଲ ଓରାମଙ୍କ ନାଁରେ ଅଶାଳୀନ ଆଚରଣ ନେଇ ଝିରପାଣି ଥାନାରେ ଅଭିଯୋଗ କରିଥିଲେ ଗୌରୀ ମୁଣ୍ଡାରୀ ଓ ଶ୍ରମିକ ନେତା ପ୍ରଶାନ୍ତ ମାଝୀ । କିନ୍ତୁ ଏହାପରେ ଏମାନଙ୍କ ନାଁରେ ସେକ୍ଟର ତିନି ଥାନାରେ ବିଜେପିର ଜଣେ ନାରୀ ନେତ୍ରୀ ମିଥ୍ୟା ଅଭିଯୋଗ କରିଛନ୍ତି । ବିଜେପି ବୈଠକ ସମୟରେ ହୋଇଥିବା ଗଣ୍ଡଗୋଳରେ ଗୌରୀ ମୁଣ୍ଡାରୀ ଓ ପ୍ରଶାନ୍ତ ମାଝି ସମ୍ପୃକ୍ତ ନଥିଲେ ମଧ୍ୟ ସେକ୍ଟର ୩ ଥାନାରେ ଉଭୟଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଛି । ଗୌରୀ ମୁଣ୍ଡାରୀ ଓ ପ୍ରଶାନ୍ତ ମାଝୀଙ୍କୁ ମିଛ କେସରେ ଫସାଇବା ସହ ଜୀବନରେ ମାରିଦେବା ପାଇଁ ବିଜେପି ନେତା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।