ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ, ଅମିତ ଶାହାଙ୍କୁ ଭେଟିବେ ଦୁଷ୍ୟନ୍ତ
ଚଣ୍ଡିଗଡ: ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ । ମଙ୍ଗଳବାର ସକାଳେ ଏନେଇ ବଡ ଘୋଷଣା କରିଛନ୍ତି ଦୁଷ୍ୟନ୍ତ ଚୌଟାଲା । ସୁତ୍ର ଅନୁସାରେ ବିଜେପିର କିଛି ମନ୍ତ୍ରୀ ଇସ୍ତଫାଦେଇ ପାରନ୍ତି । ଏଭଳି କ୍ଷେତ୍ରରେ ନିର୍ଦ୍ଦଳୀୟ ବିଧାୟକଙ୍କ ଲଟେରୀ ଲାଗିପାରେ । ସେମାନଙ୍କୁ ହରି୍ୟାଣା ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି । ସେପଟେ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇପାରନ୍ତି । ଜନତା ଜନନାୟକ ପାର୍ଟି (ଜେଜେପି) ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଦିଲ୍ଲୀରେ ବିଧାୟକ ଦଳ ବୈଠକ ଡାକିଛନ୍ତି । ଜେଜେପିର ୫ ବିଧାୟକ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି । ସେମାନେ ବୈଠକରେ ସାମିଲ ହେବେନି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବା ପରେ ଜଣେ ନିର୍ଦ୍ଦଳୀୟ ବିଧାୟକ କହିଛନ୍ତି ଯେ ହବିଜେପି ଜେଜେପି ମେଣ୍ଟ ଭାଙ୍ଗିବାକୁ ଯାଉଛି । ଏଭଳି ପରିସ୍ଥିତିରେ ସମସ୍ତ ୧୦ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି ।
ଶୁଣିବାକୁ ମିଳୁଛି ଯେ ଡେପୁଟି ସିଏମ ଦୁଷ୍ୟନ୍ତ ଚୌଟାଲା ମଙ୍ଗଳବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଚି ପାରନ୍ତି । ଏହା ପୂର୍ବରୁ ଦୁଷ୍ୟନ୍ତ ଚୌଟାଲା ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିଥି୍ଲେ । ଲୋକସଭା ନିର୍ବାଚନରେ ଏକରୁ ଦୁଇଟି ସିଟ୍ ପାଇଁ ବିଜେପି ନିକଟରେ ଦାବି ରଖିଥିଲା ଜେଜେପି । କିନ୍ତୁ ଭାଜପା ଦୁଇଟି ସିଟ୍ ଦେବା ପାଇଁ ମନା କରିଛି ।