ବିଜେପି ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, ଏଥର ଜାମୟାଙ୍ଗଙ୍କ ଟିକେଟ କଟିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଆଉ ଏକ ଲିଷ୍ଟ ଜାରି କରିଛି  । ଏଥର ଲଦାକ୍ଷର ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲଙ୍କୁ ନିରାଶ କରିଚି ବିଜେପି  । ନାମଗ୍ୟାଲଙ୍କ ଟିକେଟ କାଟିଛି ବିଜେପି  । ଏଥର ନାମଗ୍ୟାଲଙ୍କ ସ୍ଥାନରେ ତାଶି ଗ୍ୟାଲସନଙ୍କୁ ଟିକେଟ ମିଳିଛି  । ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ ୨୦ରେ ଲଦାକ୍ଷରେ ମତଦାନ ହେବ  ।

ଗତ ୨୦୧୯ ଲୋକସଭା ନିର୍ବାଚନରେ ଜାମୟାଙ୍ଗ ସ୍ବାଧୀନ ପ୍ରାର୍ଥୀ ସଜ୍ଜାଦ ହୁସୈନଙ୍କୁ ୧୦ ହଜାର ୯୩୦ ଭୋଟରେ ହରାଇଥିଲେ  । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ବା ଇଣ୍ଡିଆ ମେଣ୍ଟ ଏପର୍ଯ୍ୟନ୍ତ ଏଁଠାରୁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ  । ଆଜି ବିଜେପି ୧୪ତମ ଲିଷ୍ଟ ଘୋଷଣା କରିଛି  । ଏହା ପୂର୍ବରୁ ପାର୍ଟି ପଞ୍ଜାବ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲାଙ୍ଗାନା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି  ।

ଏହା ସହ ଓଡିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି  । ଗତ ଏପ୍ରିଲ ୧୯ରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି  । ଗତଥର ଭଳି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ମତଦାନ ହେବ  । ଆସନ୍ତା ଜୁନ ୪ରେ ଫଳାଫଳ ଘୋଷଣା ହେବ  ।