spot_img

Latest Posts

ଉପନିର୍ବାଚନ ହାରିବା ଭୟରେ ବିଜେପି ମିଛର ପନ୍ଥା ଆପଣାଉଛି: ବିଜେଡି

ଭୁବନେଶ୍ୱର: ଆଉ ମାତ୍ର କିଛି ଦିନ ପରେ ହେବ ପିପିଲି ଉପ ନିର୍ବାଚନ। ଏଥିପାଇଁ ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି। ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ବଢ଼ିଚାଲିଛି ଆରୋପ ପ୍ରତ୍ୟାରୋପ। ପିପିଲି ଉପନିର୍ବାଚନରେ ହାରିବା ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ଏବେ ବିଜେଡି ବିରୁଦ୍ଧରେ ହିଂସାକାଣ୍ଡ ଭଳି ମିଛ ଅଭିଯୋଗ ଲଗାଇବା ଆରମ୍ଭ କରିଛି ବୋଲି ବିଜେଡି କହିଛି। ବାସ୍ତବରେ ପିପିଲିରେ ବିଜେପି ହିଁ ବିଜେଡି ଉପରେ ଆକ୍ରମଣ କରିଛି । ଆକ୍ରମଣ ପରେ ଏନେଇ ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି ବିଜେପି ଓଡ଼ିଶାକୁ ଉତ୍ତରପ୍ରଦେଶ ଓ ବିହାରରେ ପରିଣତ କରିବାକୁ ଚାହୁଁଛି।

କାରଣ ଉତ୍ତରପ୍ରଦେଶ ଓ ବିହାରରେ ନିର୍ବାଚନୀ ହିଂସା ଅଧିକ ଦେଖିାବକୁ ମିଳିଥାଏ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ବିଜେପୁର ଉପନିର୍ବାଚନ ହେଉ କିମ୍ବା ୨୦୧୯ ସାଧାରଣ ନିର୍ବାଚନ। ନିର୍ବାଚନୀ ବ୍ୟବସ୍ଥାକୁ ଖରାପ କରିବା ପାଇଁ ବିଜେପି ଓଡ଼ିଶାରେ ହିଂସା କରିଛି। କିଛିଦିନ ତଳେ ପିପିଲିରେ ଦୁଇଜଣ ବିଜେପି ନେତାଙ୍କ ଠାରୁ ୫୦ଲକ୍ଷ ଟଙ୍କା ଜବତ ହୋଇଥିଲା । ହିଂସାକାଣ୍ଡ ପାଇଁ ବିଜେପି ବାରମ୍ବାର ଉପନିର୍ବାଚନରେ ହାରୁଥିବାବେଳେ ପୁଣିଥରେ ଏଭଳି କାର୍ଯ୍ୟପାଇଁ ପିପିଲି ଉପନିର୍ବାଚନରେ ହାରିବ ବୋଲି ଲେନିନ୍‌ ମହାନ୍ତି କହିଛନ୍ତି ।

Latest Posts

Don't Miss