ଆଦିବାସୀଙ୍କ କଲ୍ୟାଣ ପ୍ରତି ବିଜେପିର ଆଗ୍ରହ ନାହିଁ: ବିଜେଡି

1 min read

ଭୁବନେଶ୍ୱର: ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତିଙ୍କର ରାଜ୍ୟ ଆଦିବାସୀ ମାନଙ୍କ କଲ୍ୟାଣ ପ୍ରତି ଆଗ୍ରହ ନାହିଁ । ଯାହା ଅତ୍ୟନ୍ତ ଦୁଃଖର ବିଷୟ ହୋଇଥିବା ବେଳେ ବିଜେପି ପାଇଁ ଏହା କେବଳ ଏକ ରାଜନୈତିକ କାର୍ଡ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି।

ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମାଝି କହିଛନ୍ତି ଯେ ଆଦିବାସୀ
କଲ୍ୟାଣ ବିଷୟରେ କହିବାକୁ ବିଜେପିର ନୈତିକ ଅଧିକାର ନାହିଁ। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ସେମାନଙ୍କ ଦଳର ସରକାର
ଆଦିବାସୀ ଛାତ୍ରବୃତ୍ତି ବନ୍ଦ କରିଦେଇଛନ୍ତି । ଆଦିବାସୀ ବିକାଶ ଏବଂ ଆଦିବାସୀ କଲ୍ୟାଣ ପାଇଁ ଦିଆଯାଉଥିବା ଅର୍ଥକୁ ତାଙ୍କରି ଦଳ ପରିଚାଳିତ
ସରକାର ହ୍ରାସ କରିଛନ୍ତି । ଓଡ଼ିଶାର ବିଜେପି ସାଂସଦମାନେ ଦିଲ୍ଲୀରେ ଆଦିବାସୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ବନ୍ଦ
କରିଦେଇଛନ୍ତି ।

ସମ୍ବିଧାନର ସପ୍ତମ ଧାରାରେ ଆଦିବାସୀ ଭାଷାକୁ ଅର୍ନ୍ତଭୁକ୍ତ କରିବା କେନ୍ଦ୍ର ସରକାରଙ୍କର ବିଚାରାଧୀନ ଅଛି ଯଦିଓ ଓଡ଼ିଶା
ସରକାର ସେମାନଙ୍କ ଅନ୍ତର୍ଭୁକ୍ତ ପାଇଁ ଜୋର ଦେଇ ଆସୁଛନ୍ତି । ବିଜୁ ଜନତା ଦଳର ସାଂସଦମାନେ ବାରମ୍ବାର ସଂସଦରେ ଏହାକୁ ଅନ୍ତର୍ଭୁକ୍ତ
ପାଇଁ ଦାବି କରି ଆସୁଛନ୍ତି। ଏହା ସତ୍ୱେ ଓଡ଼ିଶା ସରକାର ଆଦିବାସୀମାନଙ୍କ ପାଇଁ ଜମିଜମା ରେକର୍ଡ ସୁନିଶ୍ଚିତ କରିଛନ୍ତି । ଆଦିବାସୀ ସମ୍ପ୍ରଦାୟର ବ୍ୟାପକ
ବିକାଶ ସେମାନଙ୍କର ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ବ୍ୟାପକ ଉନ୍ନତି ଆଣିଛି। ଏହା ବ୍ୟତୀତ ସମଗ୍ର ଦେଶରେ ଓଡ଼ିଶା ସର୍ବାଧିକ ପରିମାଣର ଛାତ୍ରବୃତ୍ତି
ପ୍ରଦାନ କରୁଛି।

ଆଦିବାସୀ ହଷ୍ଟେଲଗୁଡିକରେ ଓଡିଶାରେ ସର୍ବାଧିକ ଝିଅ ଅଛନ୍ତି ଏବଂ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଏସ୍‍ଡିସି ଥିବା ଏକମାତ୍ର ରାଜ୍ୟ ଓଡିଶା ଯେଉଁଠାରେ ବ୍ୟାପକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ଆଦିବାସୀ ପ୍ରସଙ୍ଗକୁ ନେଇ ରାଜନୀତି କରିବା ପରିବର୍ତ୍ତେ, ରାଜ୍ୟ ବିଜେପି ଦିଲ୍ଲୀ ଦରବାରରେ ପଡି ରହିଥିବା ଆଦିବାସୀଙ୍କ ଦାବି ଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ଉଚିତ୍‍ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ତେବେ ଓଡ଼ିଶାର ଜନସାଧାରଣ ଏହି କୁମ୍ଭୀର କାନ୍ଦଣାକୁ ଦେଖି ବିଜେପିକୁ ଆଦୌ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି।

 

Leave a Reply