ବିଜେପି ଉପରେ ବର୍ଷିଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସ ଭବନ ସାମ୍ନାରେ ଗଣ୍ଡଗୋଳ ଘଟଣା । ବିଜେପି ଉପରେ ବର୍ଷିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି, ଓଡ଼ିଶାରେ ବିଜେପି ହିଂସାକାଣ୍ଡ କରୁଛି । ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ଯେପରି କଂଗ୍ରେସ ଭବନ ଗଣ୍ଡୋଗଳ କଲେ ତାହା ନିନ୍ଦନୀୟ। ବିଜେପି ରାଜ୍ଯରେ ସରକାର ଗଠନକୁ ମାସେ ପୂରିନି । ଅଥଚ ବିଜେପି ନେତା ଓ କର୍ମୀ ହିଂସାରାଜ ଆରମ୍ଭ କରିଦେଲେଣି । ବିଜେପି ଯେଭଳି କାମ କରିଛି ଓଡ଼ିଶା ଇତିହାସରେ କେବେ ଏଭଳି ହୋଇନଥିଲା । ଓଡ଼ିଶା ଇତିହାସରେ କେବେ କେଉଁ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇନଥିଲା । ଓଡ଼ିଶାବାସୀ ବିଜେପିର ଏଭଳି ଆଚରଣକୁ କେବେବି ଗ୍ରହଣ କରିବେନି । ବିଜେପିର ହିଂସାରାଜ ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ।

ଅନ୍ୟପଟେ ବିଜେପିକୁ ସମାଲୋଚନା କରି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, ସଂସଦରେ ରାହୁଲ ଗାନ୍ଧୀ ହିନ୍ଦୁତ୍ବ ନେଇ ଯାହା କହିଛନ୍ତି ଶତ କହିଛନ୍ତି । ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା ଭୁଲ ଭାବେ ଦେଖାଗଲା । ମାତ୍ର ଏକମାସ ଶାସନରେ ବିଜେପି ଓଡ଼ିଶାରେ ହିଂସାର ବାତାବରଣ ଖେଳାଇ ଦେଲାଣି । ଓଡିଶାରେ ଗୁଜୁରାଟ ମଡେଲ ଲାଗୁ କରିବାକୁ ଚାହୁଛନ୍ତି ଓଡ଼ିଶା ବିଜେପି । ମାସେ ଭିତରେ ଓଡ଼ିଶାରେ ଗୁଜୁରାଟ ମଡେଲ ଲାଗୁ କଲେ ତାହାକୁ ବିରୋଧ କରାଯିବ । ତେଣୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଂଗ୍ରେସ ଭବନରେ ହୋଇଥିବା ହିଂସାକାଣ୍ଡ ପାଇଁ କ୍ଷମା ମାଗନ୍ତୁ । ନହେଲେ ଓଡିଶାବାସୀ ତାଙ୍କୁ କେବେବି କ୍ଷମାଦେବେନି ବୋଲି କହିଛନ୍ତି ସପ୍ତଗିରି ଉଲ୍ଲାକା।