ରାହୁଲ କହୁଥିବା କଥା ଶତ୍ରୁ ଦେଶର ନେତା ବି କହୁନାହାନ୍ତି: ବିଜେପି

1 min read

ଗଲବାନରେ ଉପୁଜିଥିବା ସ୍ଥିତିକୁ ନେଇ ବାରମ୍ବାର ବିରୋଧିଙ୍କର ଶିକାର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଗଲବାନରେ ୨୦ ଯବାନଙ୍କ ସହଦିଦ ପରେ ମୋଦିଙ୍କୁ ଆକ୍ଷେପ କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ନରେନ୍ଦ୍ର ମୋଦି ପ୍ରକୃତରେ “ସରେଣ୍ଡର ମୋଦି” । ସେପଟେ ରାହୁଲଙ୍କ ବିବୃତ୍ତିରେ ଭାରତୀୟ ଜନତା ପାର୍ଟି ଏହାର ପ୍ରତିଶୋଧ ନେଇଛି । ଏଥି ସହିତ ରାହୁଲ ଗାନ୍ଧୀ ଏହି ଟ୍ୱିଟରେ ସରେଣ୍ଡର ବନାନ ଉପରେ ଅଟକି ଯାଇଥିଲେ କାରଣ ସରେଣ୍ଡର ବନାନ ଭୁଲ କରାଯାଇଥିଲା ।

ତେବେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିଜେପି ପୁଣିଥରେ କହିଛି ଯେ ରାହୁଲ ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ଶତ୍ରୁ ଦେଶର ନେତା ମାନେ ମଧ୍ୟ ବ୍ୟବହାର କରୁନାହାଁନ୍ତି । ଏଥିପାଇଁ ରାହୁଲ କ୍ଷମା ମାଗିବା ଉଚିତ୍। ବିଜେପି କହିଛି ଯେ ରାହୁଲ ଗାନ୍ଧୀ ସବୁ ସୀମାକୁ ଅତିକ୍ରମ କରିସାରିଛନ୍ତି ।

ବିଜେପି ନେତା ଶାହନାୱାଜ ହୁସେନ୍ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁଭଳି ଶବ୍ଦ ପ୍ରଧାନମନ୍ତ୍ରୀଙ୍କ ପାଇଁ  ବ୍ୟବହାର କରୁଛନ୍ତି ସେମିତି ଶବ୍ଦ ଅନ୍ୟ ଦେଶର ନେବି ମୋଦିଙ୍କ ପାଇଁ ବ୍ୟବହାର କରୁନାହାନ୍ତି । ରାହୁଲ ଗାନ୍ଧୀ ଉଭୟ ‘ପ୍ରଧାନମନ୍ତ୍ରୀ’ ଏବଂ ‘ଦେଶ’ କୁ ଅପମାନ ଜାରି ରଖିଛନ୍ତି ବୋଲି କୁହାଯାଇଛି ।

ଏଥି ସହ ଜାମ୍ମୁ କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରାଇନା ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଏଭଳି ଟିପଣି ପାଇଁ ଦାୟୀ କରିଛନ୍ତି । ଗାନ୍ଧୀ-ନେହେରୁ ପରିବାର ଉପରେ ଆକ୍ରମଣ କରି ରବିନ୍ଦର ରାଇନା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପୂର୍ବ ପୁରୁଷମାନେ ଚୀନ୍ ନିକଟରେ ଆତ୍ମସମର୍ପଣ କରି ଦେଶକୁ ପଛରେ ପକାଇଛନ୍ତି ।

Leave a Reply