ବିଜେପିର ଦାଦାଗିରି, ପୂର୍ବତନ ମହିଳା ସରପଞ୍ଚଙ୍କ ଉପରେ ଆକ୍ରମଣ

ଭଦ୍ରକ: ବିଜେପିର ଦାଦାଗିରି ।

। ପୂର୍ବତନ ସରପଞ୍ଚଙ୍କ ସମେତ ଦୁଇଜଣ ଆହତ । ଆହତଙ୍କୁ ଭଦ୍ରକ ମଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ପଞ୍ଚାୟତ ସୋଧ ଗ୍ରାମରେ । ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ ପରେ ଧାମନଗର ଏସଡିପିଓ ଓ ଥାନାଧିକାରୀ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋବଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚମ୍ପାବତୀ ଦଳେଇ ନିଜ ଘର ପିଣ୍ଡାରେ ବସିଥିବା

ବେଳେ ବିଜେପିର କିଛି କର୍ମୀ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଆକ୍ରମଣ କରିଥିଲେ । ଚମ୍ପାବତୀଙ୍କୁ ବଞ୍ଚାଇବାକୁ ଯାଇ ସ୍ଥାନୀୟ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଉଭୟଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଧାମନଗର ଥାନାରେ ଚମ୍ପାବତୀ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାଚନ ପ୍ରଚାର ଚାଲିଥିବାବେଳେ ଏପରି ହିଂସା ଘଟାଇ ବିଜେପି ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଏସପି ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Leave a Reply