spot_img

Latest Posts

ଭତ୍ତା ବୃଦ୍ଧି କରିବାକୁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ବିଜେପି: ସରକାର ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ

ଭୁବନେଶ୍ବର: ନିର୍ବାଚନୀ ଇସ୍ତାହାର ବେଳେ ବିଜେପି ସରକାର ଭତ୍ତା ବୃଦ୍ଧି କରିବା ନେଇ ପ୍ରତିଶୃତି ଦେଇଥିଲା। ହେଲେ ଏହି ପ୍ରତିଶ୍ରୁତିକୁ ବିଜେପି ସରକାର ପାଳନ କରିନଥିବା ବେଳେ ଏଥିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଦାରିଙ୍ଗବାଡିରେ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଛି। ସଂକଳ୍ପ ପତ୍ରରେ ଘୋଷଣା ଅନୁଯାୟୀ ସମସ୍ତଙ୍କୁ ମାସିକ ୩୦୦୦ ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ମାନଙ୍କୁ ୩ହଜାର ୫ ଶହ ଟଙ୍କା ଭତ୍ତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ବିଜେପି। କିନ୍ତୁ ଏବେ ପ୍ରତିଶୃତି ପାଣିର ଗାର ପାଲଟିଛି। ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ ରହିଥିବା ବେଳେ ଗରିବ ତଥା ବିଭିନ୍ନ ବର୍ଗର ଭତ୍ତା ହିତାଧିକାରୀ ନାହିଁ ନଥିବା ଆର୍ଥିକ ଅନଟନର ସମ୍ମୁଖୀନ ହେଉଛନ୍ତି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ତୁରନ୍ତ ଭତ୍ତା ବୃଦ୍ଧି କରିବାକୁ ଦାବି କରାଯାଇଛି।ନଚେତ ବ୍ଲକ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜୋରଦାର କରିବାକୁ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Latest Posts

Don't Miss