୨୦୨୩-୨୪ରେ ବିଜେପିକୁ ୨୨୪୩ କୋଟି ଦାନ ମିଳିଛି: ଅନ୍ୟ ଦଳମାନଙ୍କର ସ୍ଥିତି କ’ଣ, ADR ରିପୋର୍ଟରୁ ଜାଣନ୍ତୁ

1 min read

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR)ର ଏକ ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୦୨୩-୨୪ରେ ରାଷ୍ଟ୍ରୀୟ ଦଳମାନଙ୍କ ମଧ୍ୟରୁ ବିଜେପି ସର୍ବାଧିକ ଚାନ୍ଦା ଗ୍ରହଣ କରିଛି । ବିଜେପିକୁ ମୋଟ ୮୩୫୮ ଚାନ୍ଦା ମିଳିଥିବା ବେଳେ ୨,୨୪୩ କୋଟି ଘୋଷଣା କରିଛି । ଏଡିଆର ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ରିପୋର୍ଟରେ ରାଜେନୖତିକ ଦଳମାନେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ପାଇଥିବା ଉଲ୍ଲେଖ କରାଯାଇଛି ।

ରାଷ୍ଟ୍ରୀୟ ଦଳଙ୍କ ଘୋଷଣା ମୁତାବକ, ମୋଟ ଚାନ୍ଦା ୧୨,୫୪୭ ରହିଛି, ଯାହାର ମୋଟ ରକମ ୨,୫୪୨.୨୮ କୋଟି ଟଙ୍କା । ଏହା ପୂର୍ବ ବର୍ଷ ତୁଳନାରେ ୧୯୯ ପ୍ରତିଶତ ବୃଦ୍ଧି ଘଟିଛି । ଏକାକୀ ବିଜେପି ଦ୍ବାରା ଘୋଷିତ ଚାନ୍ଦାର ମୋଟ ୮୮ ପ୍ରତିଶତ ଅଟେ । କଂଗ୍ରେସ ୧,୯୯୪ ଚାନ୍ଦା ଜରିଆରେ ୨୮୧,୪୮ କୋଟି ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛି ।  ଆମ ଆଦମୀ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ନ୍ୟାସନାଲ ପିପୁଲ୍ସ ପାର୍ଟି (NPEP) ଏହାଠାରୁ କମ୍ ରାଶିର ସୂଚନା ଦେଇଛନ୍ତି । କଂଗ୍ରେସକୁ ମିଳିଥିବା ଚାନ୍ଦାରେ ୨୫୨.୧୮ ପ୍ରତିଶତ ବୃଦ୍ଧି ଘଟିଛି । ଆପକୁ ମିଳିଥିବା ଚାନ୍ଦାରେ ୨୬.୦୩୮ କୋଟି କମିବା ସହ ଏନପିଇପିର ଚାନ୍ଦାରେ ୭.୩୩୧ କୋଟି କମିଛି ।