ପଶ୍ଚିମବଙ୍ଗ ନିର୍ବାଚନ, ୪ ସାଂସଦଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କଲା ବିଜେପି

1 min read
BJP fields 4 MPs in West Bengal Assembly elections

ନୂଆଦିଲ୍ଲୀ: ଭୋଟ୍ ତାରିଖ ପାଖେଇ ଆସୁଥିବା ବେଳେ ଜୋର୍ ଧରିଛି ପ୍ରଚାର । ପଶ୍ଚିମବଙ୍ଗରେ ଦିଦିଙ୍କୁ ଟକ୍କର ଦେଉଥିବା ବିଜେପି ଜାରି କରିଛି ପ୍ରାର୍ଥୀ ତାଲିକା । ସିଇସି ବୈଠକର ଦିନକ ପରେ ବିଜେପି ଆସାମ, କେରଳ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ରବିବାର ୨୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କୁ ଟିକେଟ୍ ଦେଇଛି ବିଜେପି । ଦକ୍ଷିଣ କୋଲକାତାର ତୋଲିଗୁଞ୍ଜ ବିଧାନସଭା ଆସନରୁ ଲଢ଼ିବେ ବାବୁଲ୍ ସୁପ୍ରିୟୋ । ସେହିଭଳି ରାଜ୍ୟସଭାକୁ ମନୋନୀତ ହୋଇଥିବା ସ୍ୱପନ ଦାସ ବିଜେପି ଟିକେଟରୁ ହୁଗଳି ଜିଲ୍ଲାର ତାରକେଶ୍ୱର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ହୁଗଳି ଲୋକସଭା ଆସନରୁ ସାଂସଦ ଥିବା ଲକେଟ୍ ଚାର୍ଟାଜୀଙ୍କୁ ଦଳ ଚୁଞ୍ଚୁରା ଆସନରୁ ପ୍ରାର୍ଥୀ କରିଛି । ସେହିଭଳି କୁଚ୍ ବିହାର ଲୋକସଭା ଆସନରୁ ସାଂସଦ ଥିବା ନୀତିଶ ପରମାଣିକଙ୍କୁ ଦଳ ଦିନହାଟ ବିଧାନସଭା ଆସନରୁ ଟିକେଟ୍ ଦେଇଛି । ବିଜେପିର ପାର୍ଥୀ ତାଲିକା ଉପରେ ପ୍ରତିକ୍ରିୟା ରଖି ଟିଏମସି କହିଛି- ‘ବିଜେପି ପାଖରେ ଶକ୍ତି ନାହିଁ’ ।

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୭ରୁ ଏପ୍ରିଲ୍ ୨୯ ଯାଏ ଭୋଟିଂ ହେବାକୁ ଥିବାବେଳେ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସହ ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସବା ନିର୍ବାଚନ ଫଳାଫଳ ଆସିବ ।

Leave a Reply