ପଶ୍ଚିମବଙ୍ଗ ନିର୍ବାଚନ, ୪ ସାଂସଦଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କଲା ବିଜେପି
1 min readନୂଆଦିଲ୍ଲୀ: ଭୋଟ୍ ତାରିଖ ପାଖେଇ ଆସୁଥିବା ବେଳେ ଜୋର୍ ଧରିଛି ପ୍ରଚାର । ପଶ୍ଚିମବଙ୍ଗରେ ଦିଦିଙ୍କୁ ଟକ୍କର ଦେଉଥିବା ବିଜେପି ଜାରି କରିଛି ପ୍ରାର୍ଥୀ ତାଲିକା । ସିଇସି ବୈଠକର ଦିନକ ପରେ ବିଜେପି ଆସାମ, କେରଳ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ରବିବାର ୨୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କୁ ଟିକେଟ୍ ଦେଇଛି ବିଜେପି । ଦକ୍ଷିଣ କୋଲକାତାର ତୋଲିଗୁଞ୍ଜ ବିଧାନସଭା ଆସନରୁ ଲଢ଼ିବେ ବାବୁଲ୍ ସୁପ୍ରିୟୋ । ସେହିଭଳି ରାଜ୍ୟସଭାକୁ ମନୋନୀତ ହୋଇଥିବା ସ୍ୱପନ ଦାସ ବିଜେପି ଟିକେଟରୁ ହୁଗଳି ଜିଲ୍ଲାର ତାରକେଶ୍ୱର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।
Swapan Das Gupta will contest from Tarakeswar Assembly seat, MP Nisith Pramanik from Dinhata, and Union Minister Babul Supriyo will contest from Tollygung Assembly seat. Actor Yash Das Gupta will contest from Chanditala: BJP National General Secretary Arun Singh pic.twitter.com/tkUHR6xAfL
— ANI (@ANI) March 14, 2021
ହୁଗଳି ଲୋକସଭା ଆସନରୁ ସାଂସଦ ଥିବା ଲକେଟ୍ ଚାର୍ଟାଜୀଙ୍କୁ ଦଳ ଚୁଞ୍ଚୁରା ଆସନରୁ ପ୍ରାର୍ଥୀ କରିଛି । ସେହିଭଳି କୁଚ୍ ବିହାର ଲୋକସଭା ଆସନରୁ ସାଂସଦ ଥିବା ନୀତିଶ ପରମାଣିକଙ୍କୁ ଦଳ ଦିନହାଟ ବିଧାନସଭା ଆସନରୁ ଟିକେଟ୍ ଦେଇଛି । ବିଜେପିର ପାର୍ଥୀ ତାଲିକା ଉପରେ ପ୍ରତିକ୍ରିୟା ରଖି ଟିଏମସି କହିଛି- ‘ବିଜେପି ପାଖରେ ଶକ୍ତି ନାହିଁ’ ।
୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୭ରୁ ଏପ୍ରିଲ୍ ୨୯ ଯାଏ ଭୋଟିଂ ହେବାକୁ ଥିବାବେଳେ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସହ ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସବା ନିର୍ବାଚନ ଫଳାଫଳ ଆସିବ ।