ଦିଦି ପାଳନ କରିବେ ’ଖେଲା ହୋବେ ଦିବସ’, ବିଜେପି ମୁକ୍ତ ନେଇ ଆହ୍ୱାନ

କୋଲକାତା: ଆସନ୍ତା ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ପାଳନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେପର୍ଯ୍ୟନ୍ତ ଦେଶ ବିଜେପି ମୁକ୍ତ ନହୋଇଛି ସେପର୍ଯ୍ୟନ୍ତ ଖେଲା ହୋବେ ଦିବସ ପାଳନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିବା ସହ ଭିସି ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ ଦିଦି ।

ଦେଶରେ ସ୍ବାଧିନତା ଆଜି ବିପଦରେ ଅଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି । ବିଜେପି ନିଜେ ଏକ ଭାଇରସ ଲୋଡେଡ ପାର୍ଟି ବୋଲି କହିଛନ୍ତି ମମତା । କରୋନାଠୁ ଅଧିକ ଭାଇରସ ବିଜେପିରେ ଅଛନ୍ତି ବୋଲି ଦିଦି କହିଛନ୍ତି । ଦେଶରେ ବେରୋଜଗାର ବଢିଛି । ଗୁଳି ଓ ଗାଳି ଭାଷାରେ ବିଜେପି ଶାସନ କରୁଛି ବୋଲି ଦିଦି ଅଭିଯୋଗ କରିଛନ୍ତି ।

ପଶ୍ଚିମବହ୍ଗରେ ମମତା ସରକାର ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ଥମିବାରେ ନା ଧରୁନାହିଁ  । ଗୋଟେପଟେ ନିର୍ବାଚନୀ ହିଂସାରେ ପଶ୍ଚିମବଙ୍ଗରେ ସାଧାରମ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁକୁ ନେଇ ବିଜେପି ସାଧାରଣ ସଭା ଜରିଆରେ ରାଜ୍ୟ ସରକାରକୁ ବିରୋଧ କରିଆସୁଛି  । ଅନ୍ୟପଟେ ମମତାଙ୍କ ସରକାର କେନ୍ଦ୍ର ଜାତୀୟ ସଂସ୍ଥା ଗୁଡ଼ିକୁ ନିୟୋଜିତ କରି ଅସ୍ଥିରତା ସୃଷ୍ଟି କରୁଥିବା ନେଇ ଆଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ  । ଯାହାକୁ ନେଇ ସେ ଖେଲା ହବେ କାର୍ଯ୍ୟକ୍ରମ ଚଳାଇବାକୁ ସ୍ଥିର କରିଛନ୍ତି  ।

Leave a Reply