ସଫେଇ କର୍ମଚାରୀଙ୍କୁ ବିଜେପି କର୍ପୋରେଟର ସ୍ବାମୀଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର : ସ୍ତ୍ରୀ ବିଜେପି କର୍ପୋରେଟର, ସ୍ବାମୀଙ୍କ ଦାଦାଗିରି। ସଫେଇ କର୍ମଚାରୀଙ୍କୁ ବିଜେପି କର୍ପୋରେଟରଙ୍କ ସ୍ବାମୀଙ୍କ ଦୁର୍ବ୍ୟବହାର ଅଭିଯୋଗ । ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡ଼ ବିଜେପି କର୍ପୋରେଟରଙ୍କ ସ୍ବାମୀ ଲିଙ୍ଗା ଛୋଟରାୟଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ହୋଇଛି । ସଫେଇ ମଜଦୁର ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସଫେଇ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଳଜ କରିଥିବା ନେଇ ଅଭିଯୋଗ ହୋଇଛି । ଲିଙ୍ଗା ଛୋଟରାୟ ନିଜକୁ କର୍ପୋରେଟର ବୋଲି କହିବା ସହ ମନଇଚ୍ଛା ଲୋକଙ୍କୁ ଛଟେଇ କରିଥିଲେ ।
ଏହାର ପ୍ରତିବାଦ କରିବାରୁ ମଜଦୁର ସଂଘର ସାଧାରଣ ସମ୍ପାଦକ କେଦାରପଲ୍ଲୀର ସହଦେବ ନାୟକଙ୍କୁ ଦୁର୍ବ୍ୟବହାର କରିଥିଲେ ଲିଙ୍ଗା । ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଥାନା ଘେରାଉ କରିଛନ୍ତି ୨୫୦ରୁ ଅଧିକ ସଫେଇ କର୍ମଚାରୀ ।