ରୀତୁ ତାବଡ଼େ ହେବେ ମୁମ୍ବାଇ ମେୟର। ବିଜେପି କର୍ପୋରେଟର ରୀତୁ ପିନ୍ଧିବେ ମୁମ୍ବାଇ ମୁକୁଟ। ଏନେଇ ଦଳ ପକ୍ଷରୁ କରାଯାଇଛି ଘୋଷଣା। ଏସିଆର ସର୍ବବୃହତ ଧନୀ ପୌର ନିଗମରେ ମେୟର ହେବେ ରୀତୁ। ସେପଟେ ଶିବସେନା କର୍ପୋରେଟର ସଞ୍ଜୟ ଗାଦି ହେବେ ଡେପୁଟୀ ମେୟର ହେବ। ଗତ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁଳ ବିଜୟ ହୋଇଥିଲା। ଆସନ୍ତା ୧୧ ତାରିଖରେ ହେବେ ମେୟର ନିର୍ବାଚନ। ବୃହନ ମୁମ୍ବାଇ ମହାନଗର ନିଗମର ବିଜେପି କର୍ପୋରେଟରମାନଙ୍କ ବୈଠକରେ ରୀତୁଙ୍କ ନାଁରେ ମୋହର ଲାଗିଥିଲା। ମୁମ୍ବାଇର ମେୟର ପଦବୀ ସାଧାରଣ ବର୍ଗରୁ ମହିଳା ବର୍ଗ ଲାଗି ସଂରକ୍ଷିତ ଥିଲା। ଘାତୋକପୁର ୱାର୍ଡରୁ ୩ ଥର କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି ରୀତୁ। ସେ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି।
ଆସନ୍ତା ଫେବ୍ରୁଆରୀ ୧୧ ନିର୍ବାଚନରେ ଯଦି ରୀତୁ ବିଜୟୀ ହୁଅନ୍ତି ତେବେ ସେ ହେବ ବିଜେପିର ଦ୍ବିତୀୟ ମେୟର। ପୂର୍ବରୁ ୧୯୮୨ରୁ ୧୯୮୩ ବିଜେପିର ପ୍ରଭାକର ପାଇ ହୋଇଥିଲେ ଦଳର ପ୍ରଥମ ମେୟର। ସେପଟେ ଦହିସରରୁ କର୍ପୋରେଟରେ ଭାବେ ବିଜୟୀ ହୋଇଥିବା ଶିବସେନାର ସଞ୍ଜୟ ଗାଦି ଡେପୁଟୀମେୟର ହେବେ। ଦଳର ୪ କର୍ପୋରେଟରଙ୍କୁ ୫ ବର୍ଷ ଭିତରେ ଡେପୁଟୀ ମେୟର ପଦରେ ଅଧିଷ୍ଠିତ କରିବା ଲାଗି ଶିବସେନା କରିଛି ନୂଆ ଫର୍ମୁଲା। ଏହି ଫର୍ମୁଲା ଅନୁସାରେ ପ୍ରତି ଡେପୁଟୀ ମେୟରଙ୍କ କାର୍ଯ୍ୟକାଳ ବର୍ଷେ ତିନିମାସ ରହିବ। ୨୨୭ ସଦସ୍ଯ ବିଶିଷ୍ଟ ବିଏମସିରେ ବିଜେପିର ୮୯ କର୍ପୋରେଟର ଥିବାବେଳେ ଶିବସେନାର ରହିଛନ୍ତି ୨୯ ସଦସ୍ୟ। ଶିବସେନା ୟୁବିଟି ୬୫ ଆସନ ପାଇଥିବାବେଳେ କଂଗ୍ରେସକୁ ୨୪, ଏଆଇଏମଆଇଏମକୁ ୮, ଏମଏନଏସକୁ ୬ ଆସନ ମିଳିଛି।

