spot_img

Latest Posts

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ୱର: ବିଜେଡିରେ ମିଶିଲେ ପ୍ରଭାସ ପାଣିଗ୍ରାହୀ। ଗତକାଲି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରଭାସ। ପେଶାରେ ଜଣେ ଶିକ୍ଷାବିତ ଭାବେ ପରିଚିତ ପ୍ରଭାସ ବଲାଙ୍ଗୀରରେ ବିଜେପିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଶଙ୍ଖ ଭବନରେ ପ୍ରଭାସଙ୍କ ସହ ସୌରମ୍ୟ ବବିଚ, ବିନୋଦ ବିହାରୀ ନାଗ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ସେମାନେ ବିଜେପି ଛାଡି ବିଜେଡିରେ ମିଶିବାପରେ ଦଳର ଶକ୍ତି ବୃଦ୍ଧି ହୋଇଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ।

ମୁଖ୍ଯମନ୍ତ୍ରୀଙ୍କ କାମରୁ ପ୍ରେରଣା ପାଇ ସେ ବିଜେଡିରେ ମିଶିଛନ୍ତି । ମିଶିକି ବଲାଙ୍ଗୀରର ବିକାଶ କରିବୁ ବୋଲି କହିଛନ୍ତି କଳିକେଶ ସିଂଦେଓ । ସେପଟେ ଦଳରେ ଭାଇ ପରି କାମ କରିବେ ବୋଲି କହିଛନ୍ତି ପ୍ରଭାସ ପାଣିଗ୍ରାହୀ । କେନ୍ଦ୍ର ବିଜେପି କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିବାବେଳେ ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି ଚାଲିଛି । ଯେଉଁଥିପାଇଁ ସେ ବିଜେପି ଛାଡିଲେ। ବିଜେଡିରେ ରହି ସ୍ବାଭିମାନର ସହ ସହଭାଗିତା ନେଇ କାମ କରିବେ ବୋଲି କହିଛନ୍ତି ପ୍ରଭାସ।

ଅପରପକ୍ଷେ, ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀର ପ୍ରଫୁଲ୍ଲ ସୁନିଆନି। ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ୨୦୦୯ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲ୍ଲୀ ବିଧାନସଭାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ସେ ସୁନ୍ଦରଗଡ଼ ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଛନ୍ତି।

Latest Posts

Don't Miss