ଲଗାମ୍‌ଛଡ଼ା ତୁଣ୍ଡ ପାଇଁ ଏମିତି ଦଣ୍ଡ ପାଇଲେ ସାଧ୍ୱୀ ପ୍ରଜ୍ଞା ଠାକୁର, ପଢ଼ନ୍ତୁ କ’ଣ କହିଥିଲେ ପ୍ରଜ୍ଞା?

ନୂଆଦିଲ୍ଲୀ: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ । ପ୍ରତିରକ୍ଷା ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟିରୁ ବିଦା ହେଲେ ପ୍ରଜ୍ଞା ସିଂହ ।

ସୂଚନାଯୋଗ୍ୟ ଯେ ଗତକାଲି ସଂସଦରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେକୁ ଦେଶଭକ୍ତ ବୋଲି କହିଥିଲେ ପ୍ରଜ୍ଞା ଠାକୁର । ଯାହାକୁ ନେଇ ଗୃହରେ ତମ୍ୱି ତୋଫାନ କରିଥିଲେ କଂଗ୍ରେସ ସଦସ୍ୟ । ତେବେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଜ୍ଞାଙ୍କୁ ନେଇ ମତାମତ ଦେବାକୁ ଚାହୁଁନାହାନ୍ତି । ଏଭଳି ଚିନ୍ତାଧାରା ଆରଏସ୍‌ଏସ୍‌ ଓ ସଂଘ ପରିବାରର ବୋଲି ସେ କହିଥିଲେ । କିନ୍ତୁ ପରେ ସେ ଟ୍ୱିଟ୍‌ କରି ‘ଆତଙ୍କୀ ପ୍ରଜ୍ଞା ଆତଙ୍କୀ ନାଥୁରାମ୍‌ ଗଡ୍‌ସେକୁ ଦେଶଭକ୍ତ କହିଲେ’ ବୋଲି ଲେଖିଛନ୍ତି ।

ତେବେ ପ୍ରଜ୍ଞାଙ୍କ ଏଭଳି ମନ୍ତବ୍ୟ ନେଇ ଦଳ ଭିତରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଏଭଳି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ।

Leave a Reply