spot_img

Latest Posts

ପିପିଲି ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ପିପିଲି ସଙ୍କଟମୋଚନ ମନ୍ଦିରରୁ ଦଳୀୟ ନେତା ଓ ସମର୍ଥକଙ୍କ ସହ ସେ ଶୋଭାଯାତ୍ରାରେ ବାହାରିଥିଲେ ।

ପୁରୀ ଏଡିଏମ୍‌ଙ୍କ ନିକଟରେ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତ୍ରୀ ପ୍ରଭାତୀ ପରିଡା ଓ ସତ୍ୟବାଦୀ ବିଜେପି ନେତା ଓମ୍‌ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ନିକଟ ଅତୀତରେ ୨୦୧୯ରେ ଦଳର ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଉପନିର୍ବାଚନରେ ପ୍ରାର୍ଥୀ କରିଛି। ଆଶ୍ରୀତ ଏବେ ବିଜେପିର ପୁରୀ ଜିଲ୍ଲା ସଭାପତି ଅଛନ୍ତି। କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଆଶ୍ରିତ ୨୦୧୪ ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୪ରେ ଆଶ୍ରିତ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ୧୮ ହଜାର ଭୋଟ୍ ହାତେଇଥିଲେ।

ପରେ ୨୦୧୯ରେ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା। ୨୦୧୯ରେ ଆଶ୍ରିତ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେଡିର ପ୍ରଦୀପ ମହାରଥି ୮୮ ହଜାର ୫୧୮ ଖଣ୍ଡ ଭୋଟ୍ ପାଇ ୧ ନମ୍ବର ସ୍ଥାନରେ ରହିଥିଲେ। ତେବେ ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ, ମାର୍ଚ୍ଚ ୩୦ ତାରିଖ ରହିଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ।

Latest Posts

Don't Miss