କେନ୍ଦୁପତ୍ର ତୋଳାଳିଙ୍କୁ ବିଜେପିର ବ୍ଳାକମେଲିଂ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନବୀନଙ୍କ ପ୍ୟାକେଜ୍ ଘୋଷଣା ପରେ ବିଜେପିର ଅକଲଗୁଡୁମ୍ । ପଦମପୁରରେ ନିର୍ବାଚନ ମଣ୍ଡଳୀରେ ଗରିବ କେନ୍ଦୁପତ୍ର ତୋଳାଳିଙ୍କୁ ବ୍ଳାକମେଲିଂ କରିବା ଆରମ୍ଭ କରି ଦେଇଛି ବିଜେପି । ପାଇକମାଲ ଥାନା ଟେମିରି ଗାଁରେ ବିଜେପିର ଏଭଳି ଦାଦାଗିରି ନେଇ ସାଂଘାତିକ ଅଭିଯୋଗ ଆସିଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାରକୁ ନଆସିଲେ କେନ୍ଦୁପତ୍ର କାର୍ଡ କାଟି ଦିଆଯିବ ବୋଲି ସିଧାସିଧା ଧମକ୍ ଦେଉଛନ୍ତି ବିଜେପିର ଛାମୁଆ ନେତା ଓ କର୍ମୀ ।
ଏନେଇ ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି କିଛି କେନ୍ଦୁପତ୍ର ତୋଳାଳି । ପ୍ରଚାରରେ ଯୋଗଦେଲେ ହଜାରେ ଟଙ୍କା ବୋନସ ଦେବାର ପ୍ରଲୋଭନ ଦେଖାଉଛନ୍ତି । ଯିଏ ଯୋଗ ନେଦଲା ତା ପେଟକୁ ଲାତ ମାରିବାକୁ ଧମକାଉଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରଚାର ପାଇଁ ଆସିଥିବା ବେଳେ ଚେକର ଭାବେ କାମ କରୁଥିବା ଚୂଡାମଣି ପାଣିଗ୍ରାହୀ ଓ ମହେନ୍ଦ୍ର ପ୍ରଧାନ ଧମକ ଦେବା ସହ ପ୍ରଲୋଭନ ଦେଖାଉଥିବା ଥାନାରେ ଅଭିଯୋଗ କରିଛନ୍ତି କେନ୍ଦୁପତ୍ର ତୋଳାଳି ।