ବିଜେପିର ନିଦ ହଜାଇ ଦେଇଛି ବିଜେଡିର ଇସ୍ତାହାର: ଅମର ପଟ୍ଟନାୟକ

1 min read

ଭୁବନେଶ୍ୱର: ଇସ୍ତାହାରରେ ନବୀନଙ୍କ ୨୪ ଗ୍ୟାରେଣ୍ଟି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିବା ଦଳୀୟ ଇସ୍ତାହାରରେ ପ୍ରଥମ ଗ୍ୟାରେଣ୍ଟି ରହିଛି ଯୁବ ଓଡ଼ିଶା ନବୀନ ଓଡ଼ିଶା। ୨୦୩୪ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢିବାରେ ଯୁବକଙ୍କ ଦାୟିତ୍ୱ ଓ ଗୁରୁତ୍ୱ ରହିବ । ଦେଶରେ ପ୍ରଥମ ରାଜ୍ୟ ଭାବେ ଯୁବ ବଜେଟ ଇସ୍ତାହାରରେ ଉଲ୍ଲେଖ ରହିଛି । ଆଗାମୀ ୧୦ ବର୍ଷ ପାଇଁ  ୧ ଲକ୍ଷ କୋଟି ବଜେଟ ଲକ୍ଷ୍ୟ ରଖାଯାଇଛି । କୌଣସି କେନ୍ଦ୍ର ସରକାର ଏହାକୁ କରିନାହାନ୍ତି । ବିଜେପି ଯୁବ ଦକ୍ଷତା କଥା କହେ । ହେଲେ ଇସ୍ତାହାରରେ ଏହା ଉଲ୍ଲେଖ କରିନାହିଁ । ଯୁବ ବଜେଟ ଵି କରି ନାହାନ୍ତି । କେବଳ ଭାଷଣରେ ସୀମିତି ରହିଛି ବିଜେପି ବୋଲି କହି ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଇସ୍ତାହାରରେ ଥିବା ଗ୍ୟାରେଣ୍ଟିକୁ ଦର୍ଶାଇଛନ୍ତି  ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ତେବେ ଯୁବକ ମାନେ ନିଜ ମତ ଦେଲା ପରେ ଯୁବ ବଜେଟ କାର୍ଯ୍ୟକାରୀ ହେବ । ନୀତି ନିର୍ଦ୍ଧାରଣରେ ଯୁବକ ଭାଗିଦାରୀ ରହିବେ ବୋଲି କହିଛି ବିଜେଡି।

ଦ୍ଵିତୀୟ ଗ୍ୟାରେଣ୍ଟିରେ ଛାତ୍ରଙ୍କ ପାଇଁ ନବୀନ କାର୍ଡ। ଏହାର ପରିସୀମା ବଢ଼ାଯିବ ଯେମିତି ସବୁ ଯୁବକ ଏହା ପାଇପାରିବେ। ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ। ଏହି କାର୍ଡ ଜରିଆରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ, ସୁଵିଧା ମିଳିବ । ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ନୂଆ ଓଡ଼ିଶା ବୃତ୍ତିରେ ଇଣ୍ଟର୍ଣ୍ଣସିପ ସୁବିଧା ସାମଗ୍ରିକ ବିକାଶ ପାଇଁ କରାଯିବ। ଅନେକ ଯୁବକଙ୍କ ଅନେକ ଲକ୍ଷ୍ୟ ଅଛି। ଏହାକୁ ସାଧନ ପାଇଁ ଲୋନ ଦରକାର। ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି।  ମଧ୍ୟବିତ୍ତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ । ନବୀନ ଓଡ଼ିଶା ପୋର୍ଟାଲ ସିଙ୍ଗଲ ପୋର୍ଟାଲ ଗାଇଡାନ୍ସ ମିଳିବ । ନୂଆ-ଓ ପ୍ରତିଯୋଗିତା ସବୁବେଳେ ଚାଲିବ । ଛାତ୍ରଙ୍କ ପାଇଁ ପରିବହନ ଟିକେଟରେ ରିହାତି କରାଯିବ । ନୂଆ-ଓ ବୃତ୍ତି ଛାତ୍ରୀଙ୍କ ପାଇଁ ୧୪ ହଜାର ଓ ଛାତ୍ରଙ୍କ ପାଇଁ ୧୨ ହଜାରକୁ ବୃଦ୍ଧି ହେବ । ବ୍ୟକ୍ତିତ୍ୱରେ ବିକାଶ ଆଣାଯିବ। ଗତ ବର୍ଷ ୭୮% ଚାକିରି ମିଳିଥିଲା । ନ୍ୟୁ ଏଜ ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ହେବ । ପ୍ରତି ଜିଲ୍ଲାରେ ଏହି ଟ୍ରେନିଂ ମିଳିବ । ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର ଖୋଲିବ । ୨ ଲକ୍ଷ ସରକାରୀ ଚାକିରି ମିଳିବ । ନୂଆ ଇଣ୍ଡଷ୍ଟ୍ରି ଓଡ଼ିଶାରେ ଅଫିସ କଲେଣି। ସ୍ୱୟଂ ଲୋନ ଏକ ଲକ୍ଷରୁ ୨ ଲକ୍ଷ ହେବ। ଏହା ବିଜେପିକୁ ନିରୁତ୍ସାହିତ କରିଛି । ଷ୍ଟାର୍ଟ ଅପର ନୂଆ ଜ୍ଞାନ ଓଡ଼ିଶାକୁ ଆସିବ । ଯୁବକ ମାନଙ୍କ ସାମଗ୍ରିକ ବିକାଶ ପାଇଁ କ୍ରୀଡା ବିକାଶ ହେବ । କ୍ରୀଡା ବଜେଟ ୧୨ ଗୁଣ ବଢିବ। ଓଡ଼ିଶାର କ୍ରୀଡା ପରିଚୟ ଯାହା ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଛନ୍ତି, ତାହା ସଂସଦରେ ଵି ପ୍ରଶଂସା ପାଉଛି । କ୍ରୀଡା କୋଚିଂ ଭଲ ମିଳୁଛି । କ୍ରୀଡାରେ ଆସିଛି ବୈପ୍ଲବିକ ପରିବର୍ତ୍ତନ । ଫିଟନେସ ସେଣ୍ଟର ୫୦୦ ମଲ୍ଟିପରପସ ଷ୍ଟାଡିଅମ ହେଉଛି । ବିଜେପିର କୌଣସି ରାଜ୍ୟ କି କେନ୍ଦ୍ରର ଇସ୍ତାହାରରେ ସ୍ଥାନ ନାହିଁ । ଯୁବକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାହାର ଯେବେ କାର୍ଯ୍ୟକାରୀ ହେବ, ତାକୁ ଜାତୀୟ ଦଳ ନିଶ୍ଚିତ ପରେ କରିବ ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ବିଜେପିର ନିଦ ହଜେଇ ଦେଇଛି । BSKY ନବୀନ କାର୍ଡ ମଧ୍ୟବିତ୍ତଙ୍କ ବାଧା ଦୂର କରିବ । ସରକାରୀ କର୍ମଚାରୀଙ୍କ ସହ ସମସ୍ତେ ଏହାର ଲାଭ ପାଇବେ । ମିଶନ ଶକ୍ତି ମାଆଙ୍କ ପାଇଁ ପେନସନ ସୁବିଧା ହେବ । ଏହି ସବୁ ଜୁନ ୯ରେ ଷଷ୍ଠ ଥର ସରକାର ଗଢି ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୦ ବର୍ଷରେ ଓଡ଼ିଶାକୁ ଏକ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଏଥିରେ ଯୁବକଙ୍କ ବଡ଼ ଭୂମିକା ରହିବ ଯାହା ଯୁବକମାନଙ୍କୁ ସଶକ୍ତ କରିବ ବୋଲି କହିଛି ବିଜେଡି।