ଧରାକୋଟ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ଠପ, ଠିକା କାମକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
1 min readଆସିକା : ଧରାକୋଟ ବ୍ଲକ୍ ସମେତ ସମସ୍ତ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ । ନୂଆ ସରକାର ଆସିବାର ୬ମାସ ହେଲାଣି, ହେଲେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇନି । ଏପରିକି ବିଜେଡି ସରକାର ସମୟରେ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅଧାରୁ ବନ୍ଦ କରିଦେଇଛନ୍ତି ସରକାର । ସେପଟେ ବିଜେପି-କଂଗ୍ରେସ ଠିକା କାମ ହାତେଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ମଧ୍ୟରେ ଏବେ ସୃଷ୍ଟି ମୁହାଁମୁହିଁ ପରିସ୍ଥିତି । ବିଜେପି ବିଡିଓଙ୍କୁ ଧମକ ଦେଇ କାର୍ଯ୍ୟ ହାତେଇବାକୁ ଉଦ୍ୟମ ଭିଡିଓ ଭାଇରାଲ ହେବା ପରେ ତାତିଛି କଂଗ୍ରେସ ।
ଘଟଣା ପରେ ଧରାକୋଟ ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଭାଇରାଲ ଭି଼ଡିଓ ସଂପର୍କରେ ସଫେଇ ଦେଇଛନ୍ତି ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ । ସେ କହିଛନ୍ତି ଯେ ଧରାକୋଟ ବିଡ଼ିଓଙ୍କ ସହ ସେ କଥା ହୋଇଥିଲେ । କିନ୍ତୁ କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ଭିତ୍ତିହୀନ । ଏପରିକି ଏହି ବ୍ଲକରେ ସମସ୍ତ ନିର୍ବାଚିତ ପ୍ରତିନିଧି କଂଗ୍ରେସ ଦଳର । ବିଜେପି କୌଣସି କର୍ମୀ ଏହି ବ୍ଲକର କେଉଁଠି ଠିକାଦାର ବି କାମ କରୁନାହିଁ । କେବଳ କଂଗ୍ରେସ ଦଳ ବ୍ଲକ ରେ ହେଉଥିବା କାମକୁ ଜୋର ଦେଖାଇ ବନ୍ଦ କରୁଛି । ଏହାର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା । ବିଜେପି ଶାସନକୁ ଆସିବାର ୬ମାସ ବିତିଲାଣି ହେଲେ ଉନ୍ନୟନମୂଳକ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ସେପଟେ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାପରିଷଦ ପର୍ଯ୍ୟନ୍ତ ବିଜେପି କେବଳ ଠିକାଦାରୀ କରି ଲୁଟ୍ ଉଦ୍ୟମକୁ କଂଗ୍ରେସ ନିନ୍ଦା କରିଛି