spot_img

Latest Posts

ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେଡି

ଭୁବନେଶ୍ବର: ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି। ଏନେଇ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ରାଜ୍ଯ ନିର୍ବାଚନ ଇତିହାସରେ ସ୍ବଚ୍ଛ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି। କିନ୍ତୁ ବିଗତ ଦିନରେ ବିରୋଧୀ ଦଳଗୁଡିକ ନିର୍ବାଚନ ସମୟରେ ବ୍ଯାପକ ରାଜନୈତିକ ହିଂସାକୁ ଆପଣେଇଥିଲେ। ବୁଥ ଦଖଲ ସହ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ବିରୋଧୀ। ବିଗତ ନିର୍ବାଚନଗୁଡିକରେ ନିର୍ବାଚନ କମିଶନଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ବେ ରାଜନୈତିକ ବିରୋଧୀ ଦଳ ହିଂସାରୁ ବିରତ ରହୁ ନାହିଁ। କିନ୍ତୁ ବିଜେଡି ସବୁ ବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ବିଶ୍ବାସ କରିଥାଏ। ତେଣୁ ଆସନ୍ତା ନିର୍ବାଚନରେ ହିଂସାତ୍ମକ ପନ୍ଥା ଆପଣେଉଥିବା ଦଳ ଓ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି।

Latest Posts

Don't Miss