ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ବାଜିମାତ୍‌

କଟକ: କଟକ ସଦର ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଳାଶ ମଲ୍ଲିକ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ନାରାୟଣ ମଲ୍ଲିକକୁ ୯ ହଜାର ୨୨୧ ଖଣ୍ଡ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ।

ସଦର ନିର୍ବାଚନ ମଣ୍ଡଳୀର ୭ ନମ୍ବର ଜୋନ ଜିଲ୍ଲାପରିଷଦର ମୋଟ ଭୋଟର ସଂଖ୍ୟା ୩୬ ହଜାର ୮୮୯ । ତେବେ ୧୯ ହଜାର ୩୫୩ ଜଣ ମତଦାନ କରିଥିଲେ । ବିଜେଡ଼ି ପ୍ରାର୍ଥୀ ବିଳାଶ ମଲ୍ଲିକ ୧୩ ହଜାର ୪୨୫ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ନାରାୟଣ ମଲ୍ଲିକ ୪ ହଜାର ୪୦୨ ଟି ଭୋଟ ପାଇଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ନାରାୟଣ ମଲ୍ଲିକଙ୍କୁ ମିଳିଛି ମାତ୍ର ୭୫୧ଟି ଭୋଟ । ସେହିପରି କମ୍ୟୁନିଷ୍ଟ ପାର୍ଟି ୪୯୯ ଭୋଟ ପାଇଥିବା ବେଳେ ୭୮୭ ଖଣ୍ଡ ଭୋଟ ରିଜେକ୍ଟ ହୋଇଛି ।

ସେହିଭଳି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଭିତର ମତଦାନ ସମାପ୍ତ ହୋଇଥିବା ବେଳେ ବୁଧବାର ସକାଳ ୮ଟା ରୁ ବେଲପଡା ବ୍ଲକ କାର୍ଯ୍ୟାଳୟ ଠାରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏହି ଜୋନ୍‌ ମଧ୍ୟରେ ୮ଟି ପଂଚାୟତରେ ୧୦୧ ବୁଥ୍‌ରେ ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି । ୨୯୭୦୭ ଭୋଟର ମଧ୍ୟରୁ ୧୮୭୧୦ ଭୋଟର ମତଦାନ କରିଛନ୍ତି । ସମୁଦାୟ ଭୋଟ ହାର ୬୨ ପ୍ରତିଶତ ରହିଥିବା ବ୍ଲକ ପ୍ରଶାସନ ସ୍ପଷ୍ଟ କରିଛି । ବିଜେଡି ୪୨୯୪ ଭୋଟ୍‌ରେ ବିଜୟୀ ହୋଇଛି ।

Leave a Reply