ଆନ୍ଧ୍ରରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କଲା ବିଜେଡିର ସମାଜସେବା ଓ୍ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’

1 min read

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ଆନ୍ଧ୍ରରେ ସମସ୍ୟାର ସମ୍ମୁଖୀନ ହୋଇଥିବା ୭୦ଜଣ ଓଡ଼ିଆଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ୍‌ ୬ ଶହ ଜଣ କର୍ମଚାରୀଙ୍କୁ ସହାୟତାର ହାତ ବଢ଼ାଇଲା ବିଜେଡିର ସମାଜସେବା ଓ୍ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’। ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶର ପଶ୍ଚିମ-ଗୋଦାବରୀ ଜିଲ୍ଲା ପେଡ଼ା- ଟାଡ଼େପାଲି ସ୍ଥିତ ଶ୍ରୀନିବାସ ସ୍ପିଣ୍ଟକ୍‌ସ କାରଖାନାରେ କାମ କରୁଥିଲେ । ଲକ୍‌ଡାଉନ୍‌ ଘୋଷଣା ପରେ କାରଖାନା ବନ୍ଦ ହୋଇଯାଇଥିଲା ।

୨୧ ଦିନର ଲକ୍‌ଡାଉନ୍‌,ଦୋକାନୀ ଶିଖାଉଛନ୍ତି ସୋସିଆଲ ଡିଷ୍ଟାନସିଂ

ଏହି କର୍ମଚାରୀମାନଙ୍କୁ କାରଖାନା ମାଲିକ ଦରମା ନଦେଇ ଘରକୁ ଚାଲିଯିବାକୁ କହିଥିଲେ । ୬ ଶହ କର୍ମଚାରୀ ସମସ୍ୟାରେ ପଡ଼ିଯାଇଥିଲେ । ଏହି ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗୋପବନ୍ଧୁ ଦାଶ ଓଡ଼ିଶା ଲେବର କମିଶନରଙ୍କୁ ଜଣାଇବା ପରେ ସେ ଆନ୍ଧ୍ର ଲେବର କମିଶନରଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଓଡ଼ିଶାର ୭୦ଜଣଙ୍କ ସମେତ ମୋଟ୍‌ ୬ ଶହ ଜଣ କର୍ମଚାରୀଙ୍କୁ କାରଖାନା ପରିସରରେ ରହିବାର ବ୍ୟବସ୍ଥା କରାଯାଇଛି । ଲକ୍‌ଡାଉନ୍‌ କୋହଳ ପରେ ଏମାନେ ଘରକୁ ଫେରିବାର ବ୍ୟବସ୍ଥା କରାଯିବ ବୋଲି ବିଜେଡିର ସମାଜସେବା ଓ୍ୱିଙ୍ଗ ଓଡ଼ିଶା ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply