ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସସ୍ମିତ ପାତ୍ର। ଦ୍ବିତୀୟ ଥର ସାଂସଦ ଭାବେ ସେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଓଡ଼ିଆରେ ଶପଥ ପାଠ କରିଥିଲେ ସାଂସଦ ସସ୍ମିତ ପାତ୍ର।
ରାଜ୍ୟସଭା ନିର୍ବାଚନ ପାଇଁ ଖାଲି ପଡ଼ିଥିବା ୩ଟି ଆସନରେ ବିଜେଡିରୁ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ। ପୂର୍ବରୁ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ଆଜି ବିଜେଡିର ସସ୍ମିତ ପାତ୍ର ଶପଥ ନେଇଛନ୍ତି।