spot_img

Latest Posts

ଭୁବନେଶ୍ୱର ସାଂସଦଙ୍କୁ ବଡ଼ୁ ନିଯୋଗର ବିରୋଧ,ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ନକରାଇଦେବାକୁ ଚେତାବନୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ସାଂସଦଙ୍କ ନୀରବତାକୁ ମନ୍ତ୍ରୀଙ୍କ ସମାଲୋଚନା। ସମାଲୋଚନା କଲେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ଟ୍ୱିଟ ଯୋଗେ ସମାଲୋଚନା କରି ଅଶୋକ କହିଛନ୍ତି ଯେ, ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେନି। ସୂଚନା ଅନୁସାରେ ଏନଏମଏ ପ୍ରସ୍ତାବିତ ବାଇ ଲରୁ ଯଦିଓ ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ ପ୍ରତ୍ୟାହୃତ ହୋଇଛି କିନ୍ତୁ ଭୁବନେଶ୍ୱରର ବ୍ରହ୍ମେଶ୍ୱରପାଟଣା ଓ ଅନନ୍ତବାସୁଦେବ ମନ୍ଦିର ଏଥିରେ ରହିଛି। ତେଣୁ ଏହା କାର୍ଯ୍ୟକାରୀ ହେଲେ ଏକାମ୍ର କ୍ଷେତ୍ରରେ ବିକାଶ ବାଧାପ୍ରାପ୍ତ ହେବ।

ସେପଟେ ଏକାମ୍ର କ୍ଷେତ୍ର ବିକାଶରେ କେନ୍ଦ୍ର ବାଧକ ସାଜିଛି। ସେବାୟତଙ୍କୁ ଦୁଇ ଭାଗ କରିବା ପାଇଁ ହୀନ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ଲିଙ୍ଗରାଜ ସେନା। ସ୍ଥାନୀୟ ସାଂସଦ ନିରବଦ୍ରଷ୍ଟା ସାଜି ମଜା ଦେଖୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅପରାଜିତା ଷଡଙ୍ଗୀ ଥରୁଟିଏ ସେବାୟତଙ୍କ ସହ କଥା ହୋଇନାହାନ୍ତି। ଏକାମ୍ର କ୍ଷେତ୍ରବାସୀ ସାଂସଦଙ୍କୁ କ୍ଷମା ଦେବେନି ବୋଲି କହିଛନ୍ତି ଲିଙ୍ଗରାଜ ସେନା ମୁଖ୍ୟ ରାଜେନ୍ଦ୍ର ସମର୍ଥା। ସାଂସଦଙ୍କୁ ବଡୁ ନିଯୋଗ ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି। ଆଗାମୀ ଦିନରେ ମନ୍ଦିର ଭିତରକୁ ପ୍ରବେଶ କରାଇ ନଦେବାକୁ ଧମକ ଦେଇଛି ବଡ଼ୁ ନିଯୋଗ।

Latest Posts

Don't Miss