କାହା ସହ ଲଢ଼ିବେ ସରକାର: କରୋନା ନା ବିରୋଧୀ?

1 min read

ଭୁବନେଶ୍ୱର: କାହା ସହ ଲଢ଼ିବେ ସରକାର । କରୋନା ସହ ନା ବିରୋଧୀଙ୍କ ସହ। ଲୋକଙ୍କ ଜୀବନ ଜୀବିକା ବଞ୍ଚାଇବାକୁ ରାଜ୍ୟ ସରକାର ଦିନରାତି ଏକ କରି ଦେଇଥିବା ବେଳେ ବିରୋଧୀ କିନ୍ତୁ ମାତିଛନ୍ତି ପ୍ରେସ୍‌ କନଫେରେନ୍‌ସ ରାଜନୀତିରେ । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ରାଜନୈତିକ ଝଡ଼ ସୃଷ୍ଟି କରୁଛନ୍ତି । ଯାହା ଏବେ ଶାସକ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଲଗାତାର୍‌ ତିନିମାସ ହେଲା ଚାଲିଛି କରୋନା ଯ଼ୁଦ୍ଧ। ଏବେ ଜୁନ ଯ଼ୁଦ୍ଧକୁ ଜିତିବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେବେ ଭାରତ ଖୋଲୁଛି ସେତେବେଳେ ଓଡ଼ିଶାରେ ପଡିଛି ତାଲା।  ଗୋଟିଏ ଲକ୍ଷ୍ୟ, କରୋନାରେ ଯେପରି କାହାର ଜୀବନ ନ ଯାଉ। ଏ କାମରେ ଲାଗିଛି ପୂରା ଶାସନ କଳ। ହେଲେ ଶାସକ ଦଳକୁ ଟେନସନ୍‌ ବିରୋଧୀ ।

ବିଭିନ୍ନ ପ୍ରସଙ୍ଗରେ ଘନଘନ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଟାର୍ଗେଟ କରୁଛନ୍ତି ବିରୋଧୀ । ୨ ବିରୋଧି ବିଜେପି ଓ କଂଗ୍ରେସ କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରଥଯାତ୍ରା, ମନ୍ଦିର ଖୋଲିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ  ଟାର୍ଗେଟ କରିଥିବା ବେଳେ କଂଗ୍ରେସ  ଦୁନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି।

କରୋନା ମହାମାରୀ ସମୟରେ ବିରୋଧୀ ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ ସମାଲୋଚନା କରିବାକୁ ନାପସନ୍ଦ କରିଛି ବିଜେଡି । ଦଳ କହିଛି କୋଭିଡ଼ -୧୯କୁ ସରକାର ସଫଳତାର ସହ ମୁକାବିଲା କରୁଥିବାରୁ ବିରୋଧି ଏହାକୁ ସହି ପାରୁ ନାହାନ୍ତି । ସରକାର ଯାହା ଠିକ ତାହା କରୁଛନ୍ତି ବୋଲି ଦଳ କହିଛି । ଏହାସହ ଏ ସମୟରେ ରାଜନୀତି ନକରିବା ପାଇଁ ବିରୋଧୀଙ୍କୁ ଦଳ ପରାମର୍ଶ ଦେଇଛି।

ସଂକ୍ରମଣକୁ ରୋକିବାକୁ ସରକାର ପ୍ରସ୍ତୁତ କରିଛନ୍ତି ଶକ୍ତ ଷ୍ଟ୍ର।ଟେଜି। ବିଦେଶ ଫେରନ୍ତା ପ୍ରବାସୀଙ୍କ ପରିଚାଳନା ପାଇଁ ଲାଗିଛନ୍ତି । ହେଲେ ଯେତେବେଳେ ଜୀବନ ଜୀବିକା ବାଜିରେ ଲାଗିଛି, ସେତେବେଳେ ରାଜନୀତି କେତେ ଦୂର ଯଥାର୍ଥ, ତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply