spot_img

Latest Posts

ସଂକ୍ରମିକଙ୍କ ମୃତ୍ୟୁ ପରେ ଶବକୁ ମିଳିଲାନି କାନ୍ଧ, ପିପିଇ କିଟ ପିନ୍ଧି ଶବ ସତ୍କାର କଲେ ଯୁବ ବିଜେଡି ନେତା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଆକାଠି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ପ୍ରହଲ୍ଲାଦ ସେଠୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୪ ଦିନ ଧରି ହୋମ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଗୁରୁବାର ସନ୍ଧ୍ୟାରେ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଓ ସେ ମୃତ୍ୟୁ ବରଣ କରିଥିଲେ। ହେଲେ ତାଙ୍କ ଶବକୁ ସତ୍କାର କରିବାକୁ ଆତ୍ମୀୟ ଲୋକ କିମ୍ବା ସାହି ପଡିଶା କେହି ଆସିଲେ ନାହିଁ କି ଶବକୁ ଛୁଇଁ ନଥିଲେ। ଏପରିକି ୧୪ ଘଣ୍ଟା ଧରି ଘରେ ଶବ ପଡି ରହିଥିଲା।

ପ୍ରହଲ୍ଲାଦଙ୍କ ମୃତ୍ୟୁ ଖବର ପାଇ ବାଂଶପାଳ ତହସିଲଦାର ସପନ କୁମାର ସାହୁ, ବିଡ଼ିଓ ଉଗ୍ରସେନ ଓରାମ, ଡାକ୍ତର ଅମରେନ୍ଦ୍ର ଦାସ ଆଜି ସକାଳେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ଶବ ଟି ଘରେ ପଡିରହିଥିବା ଜାଣିବା ପରେ ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଅଞ୍ଜନ କୁମାର ବେଜ, ନାଏବ ସରପଞ୍ଚ ପଞ୍ଚାନନ ବାରିକ, ୱାର୍ଡ ମେମ୍ବର ସୋମନାଥ ସାହୁ, ପ୍ରହଲ୍ଲାଦଙ୍କ ପୁଅ ସୂର୍ଯ୍ୟକାନ୍ତ ସେଠୀ ମିଶି ଶବକୁ କାନ୍ଧ ଦେବା ସହ ବ୍ଲକ ପ୍ରଶାସନ ର ସହଯୋଗରେ ଶବକୁ ସତ୍କାର କରିଥିଲେ । ଏପରି ଦୁଃଖଦ ସମୟରେ ଲୋକେ ଭୟଭୀତ ହୋଇ ପାଖକୁ ଯାଉନଥିବା ବେଳେ ଯୁବ ବିଜେଡି ନେତାଙ୍କ ମାନବିକତା କୁ ତହସିଲଦାର, ବିଡ଼ିଓ ସମେତ ଅଂଚଳ ବାସୀ ପ୍ରଶଂସା କରିଛନ୍ତି।

Latest Posts

Don't Miss