ଚିକିଟିରେ ବିଜେଡି କର୍ମୀ ସମ୍ମିଳନୀ, ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ଆହ୍ବାନ ଦେଲେ ମାନସ ମଙ୍ଗରାଜ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟିଠାରେ ଆୟୋଜିତ ବିଜେଡି କର୍ମୀ ସମିଳନୀରେ ଯୋଗଦେଲେ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ତଥା ରାଜ୍ଯସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ହଜାର ହଜାର ବିଜୁ ଜନତା ଦଳର ନେତା ଓ କର୍ମୀ ସାଂସଦଙ୍କୁ ଭବ୍ଯ ସ୍ବାଗତ କରି ପାଛୋଟି ନେଇଥିଲେ। ବ୍ରହ୍ମପୁର, ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ ପରେ ଆଜି ଚିକିଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ସାଂସଦ  ମାନସ ରଞ୍ଜନ ମଙ୍ଗରାଜ । ଦଳ କିପରି ଆହୁରି ମଜଭୁତ ହେବ, କିପରି ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ନେଇ ଆଗକୁ ଯିବ ଦଳ ସେ ଉପରେ ପରାମର୍ଶ ଦେଇଥିଲେ ସାଂସଦ । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଆଗାମୀ ବିଧାନସଭା ନିର୍ବାଚନରେ କିପରି ବିଜୁ ଜନତା ଦଳକୁ ସର୍ବାଧିକ ଭୋଟ ଦେଇ ଜିତାଇବାକୁ ହେବ ସେ ନେଇ ଲୋକଙ୍କୁ ନିବେଦନ କରିଥିଲେ ।

ଆୟୋଜିତ କର୍ମୀ ସମ୍ମିଳନୀରେ ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅମିତ ମଲ୍ଲିକ, ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଜିଲ୍ଲା ଯୁବ ସଭାପତି ଭବାନୀ ଶଙ୍କର, ଚିକିଟି ଏନଏସିର ଅଧ୍ୟକ୍ଷା ଦୀପା ସାହୁ, ଚିକିଟି ବ୍ଲକ ଅଧ୍ୟକ୍ଷ ଆପନା ସେଠୀ, ଚିକିଟି ବ୍ଳକ ସଭାପତି ହାରମ ରେଡ୍ଡୀ, ପାତ୍ରପୁର ବ୍ଲକ ସଭାପତି ରାମନାଥ ପାଣିଗ୍ରାହୀ, ଚିକିଟି ଏନଏସିର ସଭାପତି ପ୍ରସନ୍ନ କୁମାର ସାହୁ, ବରିଷ୍ଠ ବିଜେଡି ନେତା ବି. କ୍ରିଷ୍ଣା ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ପାତ୍ରପୁର ବ୍ଲକ ବିଜେପି କର୍ମୀ ଅଶୋକ କୁମାର ଦୋରା ଦଳ ଛାଡି ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ।