ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି, ଆଜି ସବୁ ନିର୍ବାଚନ ମଣ୍ଡଳୀରେ ମହିଳା କରିବେ ପ୍ରତିବାଦ

ଭୁବନେଶ୍ୱର: ବେଲଗାମ୍ ହୋଇଛି ଦର ବୃଦ୍ଧି । ହନ୍ତସନ୍ତ ହେଲେଣି ଖାଉଟି  । ବେଫିକର୍ ହୋଇଛନ୍ତି କେନ୍ଦ୍ର ସରକାର । ସେପଟେ ସାଧାରଣ ଖାଉଟି ଦର ବୃଦ୍ଧିରେ ଅସହ୍ୟ ହେଲେଣି  । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ରବିବାର ଦଳ ତରଫରୁ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଥିବାବେଳେ ଆଜିଠୁ ରାଜ୍ୟବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ କରାଯିବ ଆନ୍ଦୋଳନ ।

ଆଜି ମହିଳା ବିଜେଡି କର୍ମୀ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ କରିବେ ପ୍ରତିବାଦ । ହୁ ହୁ ହୋଇ ବଢି ଚାଲିଥିବା ତୈଳ ଦରକୁ ବିରୋଧ କରି ଏହି ପ୍ରତିବାଦ କରାଯାଉଛି । ସେପଟେ ଆସନ୍ତା ୫ରୁ ୭ତାରିଖ ଯାଏଁ ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ଯୁବ ଓ ଛାତ୍ର ବିଜେଡି । ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ରୋଷେଇ ଗ୍ୟାସର ଅତ୍ୟଧିକ ଦର ସହ ପନିପରିବା, ତେଲ, ଡାଲି ଦର ବି ଆକାଶ ଛୁଆଁ ହୋଇଛି ।

କେନ୍ଦ୍ର ସରକାର ତୁରନ୍ତ ଦରଦାମ୍ ନିୟନ୍ତ୍ରଣ ନକଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେଡି । ଦରଦାମର ଅବେତୁକ ବୃଦ୍ଧିରେ ଓଡ଼ିଶା ବାସୀ ଅତିଷ୍ଠ ହେଲେଣି  । ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ, ଡ଼ିଜେଲ ପ୍ରତିଦିନ ବୃଦ୍ଧି ଘଟିଚାଲିଛି  । ଏପରିସ୍ଥଳେ କେନ୍ଦ୍ର ସରକାର କୌଣସି ପ୍ରତିବନ୍ଧକ କିମ୍ବା ଦରବୃଦ୍ଧିରେ ରୋକ ଲଗାଉ ନାହାଁନ୍ତି  । ତେବେ କେନ୍ଦ୍ରର ବେଫିକର ପରିସ୍ଥିତି ପାଇଁ ସାଧାରଣ ଲୋକ ଯନ୍ତ୍ରଣା ଭୋଗୁଥିବା କହିଛି ବିଜେଡ଼ି  । ଯାହାର ପ୍ରତିବାଦ ସମଗ୍ର ରାଜ୍ୟରେ କରାଯିବାକୁ ନିଷ୍ପତି ନେଇଛି ଦଳ  ।

Leave a Reply