ପ୍ରଥମ ଦିନ ଗଣତି ଶେଷ ସୁଦ୍ଧା:୨୩୦ ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଛ ଶାସନକୁ ଭରସା କରିଛନ୍ତି ଭୋଟର । ପ୍ରଥମ ଦିନରେ ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୨୩୦ ଜିଲ୍ଲାପରିଷଦ ଜୋନ୍‌ ହାତେଇଛି ବିଜେଡି । ସେହିପରି କଂଗ୍ରେସ ୧୨ଟି ଜୋନରେ ଜିତିଥିବା ବେଳେ ବିଜେପି ମାତ୍ର ୧୦ଟି ଜୋନରେ ସନ୍ତୁଷ୍ଟ ରହିଛି ବିଜେପି । ସ୍ୱାଧୀନକୁ ୨ ଓ ଅନ୍ୟ ଦଳଙ୍କୁ ମିଳିଛି ୨ଟି ଆସନ । ପ୍ରାପ୍ତ ସୂଚନା ମୁତାବକ..

ଗଞ୍ଜାମ ଜିଲ୍ଲା ସୋରଡ଼ା ୬୩ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନରେ ୧୯୦୮ ଭୋଟରେ ବିଜେଡିର ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁଙ୍କୁ ୨୯୪୪ ଭୋଟ୍ ପାଇଥିବା ବେଳେ ୧୦୩୬ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ବିଜେପି । କଂଗ୍ରେସକୁ ମିଳିଛି ମାତ୍ର ୩୭୭ ଭୋଟ୍ । ଅନ୍ୟପକ୍ଷରେ ଶେରଗଡ଼ରେ ବାଜି ମାରିଛି ବିଜେଡି । ୫୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଚିତ୍ତରଞ୍ଜନ ପାଣିଗ୍ରାହୀ ବିଜୟୀ । ବିଜେଡିକୁ ମିଳିଛି ୧୮୫୩୨ ଭୋଟ୍ ।

ରାୟଗଡ଼ା ପଦ୍ମପୁର ୧୨ ନମ୍ବର ଜୋନ୍ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ଡର୍ଗିନ ଶବର ୧୪୮୬ ଭୋଟ୍ ବ୍ୟବଧାନରେ ବିଜୟୀ । ନିକଟତମ କଂଗ୍ରେସ ପ୍ରାର୍ଥୀ ଶୋବିତା ଗମାଙ୍ଗଙ୍କୁ ହରାଇଛନ୍ତି ଡର୍ଗିନ । ଡର୍ଗିନ୍ ଶବର ୫୬୧୮ଖଣ୍ଡ ଭୋଟ୍ ପାଇଛନ୍ତି । ଶୋବିତା ଗମାଙ୍ଗଙ୍କୁ ମିଳିଛି ୪୧୩୨ ଖଣ୍ଡ ଭୋଟ୍ ।

ପଟାଙ୍ଗି ଜୋନ ନଂ୧ରେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ । ୩୭୦୦ଭୋଟରେ ହେଲେ ବିଜୟୀ । ପରାଜିତ ହେଲେ ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀ । ଲିଉ ଗେମେଲ କୋଟିଆ ସରପଞ୍ଚ ଭାବେ ନିର୍ବାଚିତ ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୂର ବ୍ଲକ ଜୋନ ୧ରେ ଜିତିଲେ ବିଜେଡି ପ୍ରାର୍ଥିନୀ ପ୍ରମିଳା ମାଝୀ । 5931ଭୋଟ ବ୍ୟବଧାନରେ ଜିତିଲେ ପ୍ରମିଳା । କଂଗ୍ରେସକୁ ହରାଇଲେ ବିଜେଡି ପ୍ରାର୍ଥିନୀ ।

ବରଗଡ଼ ଆମ୍ବାଭୋନା ବ୍ଲକରେ ବିଜେଡିର ବାଜିମାତ୍ । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ନୀଲ କୁମାରୀ ନାୟକ ବିଜୟୀ । ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ୧୩ହଜାର ୭୮୩ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଲେ ନୀଲ କୁମାରୀ ନାୟକ ।

ସେହିଭଳି ସୋହେଲା  ଜୋନ ୧ରେ ମଧ୍ୟ ବିଜେଡି ବିଜୟୀ । ବିଜେଡି ପ୍ରାର୍ଥିନୀ ଜାଇଫୁଲ ସିଂ ବରିହା ବିଜୟୀ । ୧୨,୫୩୫ ଭୋଟରେ ବିଜୟୀ ହେଲେ ବରିହା ।

ଦେବଗଡ଼ ତିଳେଇବଣି ଜୋନ ୧ରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ରାଜେଶ କୁମାର ମହାନାୟକ ବିଜୟୀ । ୭୯୮୦ ଭୋଟ ବ୍ୟବଧାନରେ ଜିତିଲେ ରାଜେଶ
ବିଜେଡିକୁ ମିଳିଛି ୧୩୩୩୭ ଭୋଟ୍ ।

ଚିତ୍ରକୋଣ୍ଡା ଜିଲ୍ଲା ପରିଷଦ ଜୋନ ୧ରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥିନୀ ବନନ୍ତି ଖିଲ । 558 ଭୋଟରେ ଜିତିଲେ ବନନ୍ତି । କୋରାପୁଟ ଜିଲ୍ଲା ଲଷ୍ମୀପୁରରେ ଜିତିଲେ କଂଗ୍ରେସ ପ୍ରାର୍ଥୀ । ଜିଲ୍ଲା ପରିଷଦ ୧ନମ୍ବର ଜୋନରେ କଂଗ୍ରେସ ବିଜୟୀ । କଂଗ୍ରେସ ପ୍ରାର୍ଥୀ ହିଙ୍ଗୁ ସାଉଁତା ବିଜୟୀ । ୫୩୩ଭୋଟରେ ଜିତିଲେ ହିଙ୍ଗୁ ।

ରାୟଗଡା ଜିଲ୍ଲା ରାମନାଗୁଡା (କ) ଜୋନରେ କଂଗ୍ରେସ ପ୍ରାର୍ଥୀ ତାଙ୍ଗୁଡୁ ଶ୍ରୀଧର ବିଜୟୀ । । ୨୫୭ଭୋଟରେ ଜିତିଲେ ତାଙ୍ଗୁଡୁ ଶ୍ରୀଧର । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ବିଜେଡି ବିଜୟୀ ।  ୭ନଂ ଜିଲ୍ଲା ପରିଷଦ ଜୋନରେ ବାଜିମାତ୍ କଲା ବିଜେଡି । ବିଜୟୀ ହେଲେ ବିଜେଡି ପ୍ରାର୍ଥିନୀ ଗୀତା ବିଶି । ୫୩୪୧ ଭୋଟରେ ଜିତିଲେ ଗୀତା ।

ଢେଙ୍କାନାଳ ଗନ୍ଦିଆ ବ୍ଲକର ୧ନମ୍ବର ଜୋନରେ ବାଜେଡିର ବାଜିମାତ୍ । ବିଜେଡ଼ି ପାର୍ଥୀ ବିଶ୍ୱନାଥ ଚିନେରା ବିଜୟୀ । ୮୧୨୧ ଭୋଟରେ ବିଜେପିକୁ ହରାଇଲେ ବିଶ୍ୱନାଥ ।

ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ୍‌ରେ ବିଜେଡି- ୧୩୭୯୫, କଂଗ୍ରେସ ୪୪୧୬ ଓ ବିଜେପି ୪୨୮୮ ଖଣ୍ଡ ଭୋଟ ପାଇଛି । ଭୋଟ ଗଣତି ଶେଷ ସୁଦ୍ଧା ବିଜେଡି  ପ୍ରାର୍ଥିନୀ କନକ ଲତା ବେହେରା ୯୩୭୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

Leave a Reply