spot_img

Latest Posts

ଲୋକାଭିମୁଖୀ ଯୋଜନା ବିଜେଡିକୁ ଦେବ ବଡ଼ ବିଜୟ!

ନନ୍ଦିଘୋଷ ବ୍ୟୁରୋ: ରୂପାନ୍ତରଣ ଓଡିଶା,BSKY ସହ ଏକାଧିକ ଲୋକାଭିମୁଖୀ ଯୋଜନା ବିଜେଡିକୁ ଦେବ ବଡ଼ ବିଜୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୃଢ ନେତୃତ୍ବ ଓଡ଼ିଶାରେ ବିକାଶକୁ ନୂଆ ପରିଚୟ ଦେଇଛି। ତୃଣମୂଳସ୍ତରରେ ଏହାକୁ ମୁଖ୍ୟଅସ୍ତ୍ର କରି ବିଜେଡି ଟିକେଟ ପାଇଥିବା ନେତା ବଡ଼ ବିଜୟ ଲକ୍ଷ୍ୟ ରଖିଛନ୍ତି। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ  କରିବାକୁ ଓଡ଼ିଶାବାସୀ ମନସ୍ଥ କରିଥିବାରୁ ବିଜେଡ଼ି ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନରେ ବିଜୟୀ କରିବାକୁ  ଟାର୍ଗେଟ ରଖିଛି। ଯାହାକୁ ନେଇ ଉଷ୍ମ ନିର୍ବାଚନୀ ରାଜନୀତି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶାବାସୀଙ୍କ ପାଇଁ ବରଦାନ। ବଡ଼ ବଡ଼ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସାଧାରଣ ଖଟିଖିଆ ଶ୍ରମିକ। ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କୁ ୫ ଲକ୍ଷ ଯାଏ ଚିକିତ୍ସା ଖର୍ଚ୍ଚର ସୁବିଧା ମିଳୁଛି। ସୁସ୍ଥ ଓଡ଼ିଶା ଓ ସୁଖି ଓଡ଼ିଶା ଗଠନ ଲକ୍ଷ୍ୟ ପୂରଣ ହେବାରେ ଲାଗିଛି। ନବୀନଙ୍କ  BSKY କାର୍ଡ ଏବେ ପୁରା ଦେଶ ପାଇଁ ଲାଜିଛି ରୋଲ ମଡ଼େଲ। ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ BSKY କାର୍ଡ ବେଶ ଗ୍ରହଣୀୟ ହୋଇଛି। ସେହିପରି ବିଭିନ୍ନ ଧାର୍ମୀକ ପୀଠର ଉନ୍ନତି, ପର୍ଯ୍ୟଟନୀସ୍ଥଳିର ବିକାଶ, 5T ସ୍କୁଲ, ଲକ୍ଷ୍ମୀ ବସ , ଗମନାଗମନରେ ସୁଦୃଢ  ଭିତ୍ତିଭୂମି ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ଏଥିଲାଗି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି। ତେଣୁ ବିଧାୟକ ଓ ସାଂସଦ ଟିକେଟ ପାଇଥିବା ନେତାଙ୍କ ପାଇଁ ଏହା ନିର୍ବାଚନରେ ବଡ଼ ଆର୍ଶୀବାଦ ହେବ। ନିର୍ବାଚନରେ ସମୟରେ ବିରୋଧୀ ଯେତେ ଅପ୍ରଚାର କଲେବି ବିଜେଡ଼ି ପ୍ରାର୍ଥୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ଟିକେଟ ପାଇଥିବା ନେତାମାନେ କହିଛନ୍ତି।

୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବା କରିଛନ୍ତି। ସାଢେ ୪ କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବେ ଗ୍ରହଣ କରି ସେମାନଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି। ଯେଉଁଥିଲାଗି ନବୀନ ଲୋକପ୍ରିୟ ଓ ଶ୍ରେଷ୍ଠ ନେତାର ମାନ୍ୟତା ବଜାୟ ରଖିଛନ୍ତି। ନବୀନଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ବିଜେଡିକୁ ୨୪ରେ ବଡ଼ ବିଜୟ ଦେବ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରେ ପ୍ରକାଶ ପାଇସାରିଛି। ତେଣୁ ବିଜେଡି ଟିକେଟ ପାଇଥିବା ନେତାଙ୍କୁ ଲୋକଙ୍କ ଆର୍ଶୀବାଦ ମିଳିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ବିଜେଡ଼ି ୧୪୧ ବିଧାୟକ ଓ ୨୧ ସାଂସଦ ପ୍ରାର୍ଥୀକୁ ମଇଦାନକୁ ଓହ୍ଲାଇଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଜେଡିର ହାଓ୍ବା ତୂଣମୂଳସ୍ତରରେ ସେତିକି ବଢିବାରେ ଲାଗିଛି। ନବୀନଙ୍କ ବିକାଶ ୨୪ରେ ବଡ଼ ବିଜୟ ଆଣିବା ନେଇ ସବୁ ମହଲରେ ଚର୍ଚ୍ଚା।

Latest Posts

Don't Miss