ପ୍ରଥମ ଦିନର ଗଣତିରେ ମୋଟ ୩୧୫ଆସନରୁ ୨୮୨ ଆସନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର: ରାଜ୍ୟରେ ଆଜି ଦ୍ୱିତୀୟ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଜାରି ରହିଛି । ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟଗଣତି କରାଯାଇଥିଲା । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଚ ଶାସନକୁ ଭରସା କରିଛନ୍ତି ଭୋଟର । ୩୧୫ଟି ଜୋନରୁ ବିଜେଡି ୨୮୨ଟି ଜିଲ୍ଲା ପରିଷଦ ଜୋନ ଜିତିଥିବା ବେଳେ ବିଜେପି ୧୫ ଓ କଂଗ୍ରେସ ୧୪ଟି ଆସନ ପାଇଛନ୍ତି । ଅନ୍ୟାନ୍ୟ ପାଇଛନ୍ତି ୪ଟି ଆସନ।
ଆଜି ୩୦୬ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯାଉଛି । ବର୍ତ୍ତମାନ ସୁଦ୍ଧା ବଜେଡି ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ଅଛନ୍ତି । ଆସନ୍ତାକାଲି ଅବଶିଷ୍ଟ ୨୩୦ଟି ଜୋନର ଭୋଟଗଣତି କରାଯିବ । ରାଜ୍ୟରେ ମୋଟ୍‌ ୮୫୩ ଜିଲ୍ଲା ପରିଷଦ ଜୋନ ଥିବା ବେଳେ ୮୫୧ଟି ଜୋନ ପାଇଁ ଭୋଟ୍‌ ଗ୍ରହଣ କରାଯାଇଥିଲା । ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଜୋନରେ ପ୍ରାର୍ଥୀଙ୍କ ପରଲୋକ ଯୋଗୁ ନିର୍ବାଚନ ହୋଇନାହିଁ ।

ଏଥିସହିତ ପଢ଼ନ୍ତୁ: ମୃତ ଲୋକଙ୍କ ନାଁରେ ଭୋଟ ଦେଇଛି ଜେଏମ୍‌ଏମ୍: ପୁନଃ ଗଣତି ଦାବି କଲା ବିଜେଡି

 

Leave a Reply