ବିଜୁ ବାବୁଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

ଭୁବନେଶ୍ବର: ଏପ୍ରିଲ ୧୭ ତାରିଖରେ ପ୍ରବାଦ ପୁରୁଷ, ମହାନ ଜନନାୟକ ଓ  ସ୍ଵାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ । ଚଳିତବର୍ଷ ନିରାଡମ୍ବାର ଭାବେ ତାଙ୍କ ଶ୍ରାଦ୍ଧଦିବସ ପାଳନ କରିବ ବିଜୁ ଜନତା ଦଳ । ତେବେ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ରକ୍ତଦାନ ଶିବିର ଆୟୋଜନ କରାଯିବ ।

ଓଡ଼ିଶା ମୋ ପରିବାର ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆୟୋଜନ କରାଯିବ । ଏହି ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ସ୍ବପ୍ନର ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ପାଇଁ ସଙ୍କଳ୍ପ ନେବେ ।