spot_img

Latest Posts

ସିଇଓ ଅଫିସରେ ବିଜେଡି ଟିମ୍, ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର: ହାରିବା ଭୟରେ ବିଜେପି କରୁଛି ହିଂସା। ପଦମପୁର ଉପନିର୍ବାଚନରେ ହିଂସାତ୍ମକ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବିଜେପି। ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପିର ଦୁଇଜଣ ତାରକା ପ୍ରଚାରକ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏବେ ବେଲ୍‌ରେ ଅଛନ୍ତି। ଏଥରକ ବି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ପାଇଁ ସେ ଦୁଇଜଣ ଷ୍ଟାର ପ୍ରଚାରକ ଯୋଜନା କରୁଛନ୍ତି।

ତେଣୁ ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଦାବି ଜଣାଇଛି ବିଜେଡି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଅତିରିକ୍ତ ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେଡି ଟିମ୍।

Latest Posts

Don't Miss