ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ବାଜିମାତ, ୧୦ଟି ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର:ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ବାଜିମାତ । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି ବିଜେଡି । ୧୦ଟି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ସେହିପରି ୭ଜଣ ବିଜେଡି ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ନିର୍ବାଚନ ମଣ୍ଡଳୀର ୪୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇନ୍ତି ବିଜେଡି ପ୍ରାର୍ଥୀ ସୁଜାତା ହୋ ।

ବିଜେପି ପ୍ରାର୍ଥୀଙ୍କୁ ୬ ହଜାର ୬୩ ଖଣ୍ଡ ଭୋଟରେ ହରାଇଛନ୍ତି ସୁଜାତା । ବିଜେପି ୭ ହଜାର ୧୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୧୩ ହଜାର ୫୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଉପନିର୍ବାଚନରେ ବିପୁଳ ବିଜୟ ବିଜେଡିର ଲୋକପ୍ରିୟତାର ପ୍ରମାଣ ଦେଇଛି । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଲୋକମାନେ ଯେଭଳି ଗ୍ରହଣ କରିଥିଲେ ଉପନିର୍ବାଚନରେ ବି ସେ ଧାରା ଜାରି ରହିଛି ।