ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍, ୪୮ ହଜାରରୁ ଅଧିକ ଭୋଟରେ ଜିତିଲେ ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ । ଆଉ ଏକ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଲା ବିଜେଡି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ।  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୬୧୯ ଭୋଟରେ ହରାଇଲେ ଦୀପାଳି ଦାସ । ଆଜି ଗଣତି ଆରମ୍ଭରୁ ସମସ୍ତ ରାଉଣ୍ଡରେ ଆଗରେ ରହିଥିଲା ବିଜେଡି । ୧୯ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହାଜର ୩ ଖଣ୍ଡ ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଖଣ୍ଡ ଭୋଟ୍‌ ପାଇଥିଲେ । ସେହିପରି କଂଗ୍ରେସ ଖାତାକୁ ଯାଇଛି ୪ ହଜାର ୪୭୩ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନ ତୁଳନାରେ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛି ବିଜୁ ଜନତା ଦଳ ।