ମୌସୁମୀ ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବ ବିଜେଡି

ନୂଆଦିଲ୍ଲୀ: ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ମୌସୁମୀ ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ । ସଂସଦର ଆଲୋଚନାରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ବିଜେଡି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ମହିଳା ସଂରକ୍ଷଣ ବିଲ୍ ଚଳିତ ମୌସୁମୀ ଅଧିବେଶନରେ ପାସ୍ କରିବାକୁ ସର୍ବଦଳୀୟ ବୈଠକରେ ବିଜେଡି ସାଂସଦମାନେ ସବୁ ରାଜନୀତିକ ଦଳକୁ ଅପିଲ କରିଛନ୍ତି । ବିଧାନ ପରିଷଦ ବିଲ୍ ପ୍ରସଙ୍ଗ ଉଭୟ ଗୃହରେ ଉଠାଇବ ବିଜେଡି । ଆଞ୍ଚଳିକ ଦଳର ସାଂସଦମାନଙ୍କୁ ନିଜ ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ଆଲୋଚନା ପାଇଁ ଅଧିକ ସମୟ ଦେବାକୁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ସରକାରଙ୍କୁ ଘେରିଲେ ବିରୋଧୀ