ବାଧୁଛି ଦରଦାମ, ଆଜିଠୁ ପ୍ରତିବାଦ କରିବ ବିଜେଡି

BJD To Protest Against Price Hike From Today

ଭୁବନେଶ୍ୱର: ଅସହ୍ୟ ହେଲାଣି ମହଙ୍ଗା ମାଡ଼ । ବଜାରକୁ ଯିବାକୁ ଡରିଲେଣି ଖାଉଟି । କେନ୍ଦ୍ର ସରକାରଙ୍କ ଭୂଲ ଅର୍ଥନୈତିକ ପରିଚାଳନା ଯୋଗୁଁ ପେଟ୍ରୋଲ, ଡିଜେଲ, ଖାଇବା ତେଲ ସହିତ ପନିପରିବାର ଦରରେ ଅହେତୁକ ବୃଦ୍ଧି ହୋଇଛି । ଏହାର ପ୍ରତିବାଦରେ ଆଜିଠୁ ରାଜରାସ୍ତାକୁ ଓହ୍ଲାଉଛି ବିଜେଡି । କେନ୍ଦ୍ର ବିରୋଧରେ ରାଜଭବନରୁ ରାଜ୍ୟବ୍ୟାପୀ ହେବ ବିକ୍ଷୋଭ । ଆଜି ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ କରିବ ବିଜୁ ଜନତା ଦଳ । ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ।

ଏଥିସହ ପଢ଼ନ୍ତୁ: ବିଜେପି ଉପରେ ବର୍ଷିଲା ବିଜେଡି, ‘ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି’

ଆସନ୍ତା ୫ରୁ ୭ ତାରିଖ ଯାଏଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସବୁ ବିଧାନସଭା ନିର୍ବାଚନୀ ମଣ୍ଡଳୀର ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯିବ । ରାଜ୍ୟରେ ଏବେ ପେଟ୍ରୋଲ, ଡିଜେଲ ୧୧୦ ଟଙ୍କା ହେଲାଣି । ଖାଇବା ତେଲ ଲିଟର ପ୍ରତି ୨୦୦ ଟଙ୍କା ଛୁଇଁଲାଣି । ଡାଲି ଠାରୁ ଆରମ୍ଭ କରି ପନିପରିବା ଦରରେ ପକେଟରେ ନିଆଁ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାକିରିଆ ଯାଏଁ ସଭିଁଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଦରଦାମକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହେବା ପରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ବିଜେଡି ।

Leave a Reply