୧୭ତାରିଖରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ: କରୋନା କଟକଣା ମଧ୍ୟରେ ପାଳନ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୭ରେ ମହାନ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ପ୍ରତ୍ୟେକ ବର୍ଷ ଏହି ଦିନକୁ ବିଜୁ ଜନତା ଦଳ ନିରାଡମ୍ବର ଭାବେ ପାଳନ କରିଆସୁଛି । ଚଳିତ ବର୍ଷ ପ୍ରବାଦ ପୁରୁଷଙ୍କ ପବିତ୍ର ଶ୍ରାଦ୍ଧ ଦିବସରୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ କଟକଣାରେ ପାଳନ କରିବାକୁ ଦଳର ସବୁ ରାଜ୍ୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିବସରେ ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ଅଭିଳାଷିତ ଓଡ଼ିଶା ଗଠନ ପାଇଁ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂଙ୍କଳ୍ପ ନେବେ । ଓଡିଶା ‘ମୋ ପରିବାର’ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ । ରାଜ୍ୟ ଏବେ କଷ୍ଟକର ସମୟ ଦେଇ ଗତି କରୁଛି । ବିଜୁ ବାବୁ ସବୁବେଳେ ଲୋକ ସେବାକୁ ସର୍ବାଧିକ ଗୁରୁତ୍ବାରୋପ ଦେଉଥିଲେ । କୋଭିଡ ସମୟରେ ତାଙ୍କ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା । ସମଗ୍ର ଓଡିଶାକୁ ଗୋଟିଏ ପରିବାର ଭାବେ ବିବେଚନା କରି ନିଜର ସାରା ଜୀବନ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ପ୍ରତି ଏହା ହିଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ୧୭ରେ ପିପିଲି ଉପନିର୍ବାଚନ ଥିବାରୁ ପୁରୀରେ ପାଳିତ ହେବନି ।

ଏଥିସହିତ ପଢ଼ନ୍ତୁ: ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା: ପ୍ରଣବ କହିଲେ, ‘ଆଡଭାନୀ ଓ ମୂରଲୀ ମନୋହରଙ୍କ ଦକ୍ଷତାର ସଦୁପଯୋଗ କରନ୍ତୁ’

Leave a Reply