ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅଭିଯାନ

ଭୁବନେଶ୍ବର : ବିଜେଡିର ଆରମ୍ଭ ହେବ ଜନ ସଂପର୍କ ପଦଯାତ୍ରା ଅଭିଯାନ । ଗାନ୍ଧୀ ଜୟନ୍ତୀ  ଠାରୁ ଆରମ୍ଭ  ହେବ ବୋଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ । ଏହି ବିଷୟରେ ଦଳ ପକ୍ଷରୁ ନୂତନ ଭାବେ ତିଆରି ହୋଇଥିବା କମିଟି , ରାଜ୍ୟର ସମସ୍ତ କାର୍ଯ୍ୟକର୍ତ୍ତା, ବିଧାୟିକା/ବିଧାୟକ ପ୍ରାର୍ଥୀ, ବ୍ଲକ ଓ ନଗର କର୍ମକର୍ତ୍ତାଙ୍କ ସହିତ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଜନ ସଂପର୍କ ପଦଯାତ୍ରା ସମ୍ପର୍କରେ ସୂଚିତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ଦୁଇଟି ପର୍ଯ୍ୟୟରେ ଜନ ସଂପର୍କ ପଦଯାତ୍ରା ହେବା ପାଇଁ  ନିଷ୍ପତି  ନେଇଛି  ବିଜେଡି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା  ଏହି  ପଦଯାତ୍ରାର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ଦୁଇ ତାରିଖରୁଆରମ୍ଭ ହୋଇ  ଅକ୍ଟୋବର ୬ତାରିଖ ପର୍ଯ୍ୟନ୍ତ ଚାଲିବ । ପୁଣି ଅକ୍ଟୋବର ୨୧ ରୁ ୩୦  ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଅଭିଯାନ କରାଯିବ ବୋଲି ନିଷ୍ପତି ନେଇଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପବିତ୍ର ତିଥିରେ ବି ବିଜୁ ଜନତା ଦଳର ସଦସ୍ୟତା ଅଭିଯାନକୁ ମଧ୍ୟ ବ୍ୟାପକ କରାଯିବ। ଅକ୍ଟୋବର ୯ରୁ ଆରମ୍ଭ କରିବାକୁ ନିଷ୍ପତି ନେଇଛି ଦଳ। ସେପଟେ ସଦସ୍ୟତା ଅଭିଯାନକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ଓ କ୍ଷେତ୍ରୀୟ ସ୍ଥରରେ ବି ବ୍ୟାପକ କରାଯିବ ବୋଲି ସୂଚନା ଦେଲେ ବିଜୁ ଜନତା ଦଳର ସମନୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।