କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ସଚେତନ କରିବ ବିଜେଡି

1 min read

ଭୁବନେଶ୍ବର: କେନ୍ଦ୍ରୀୟ ଅବହେଳା ଓ ଦର ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ବିଜେଡି ସଚେତନ କରିବ l କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳ କାଟି ଦେଇଛନ୍ତି । ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି।

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଓ ଗରିବ ମାରଣl ନୀତିକୁ ଆମେ ବିରୋଧ କରିଛୁ ଓ କରିବୁ l ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢ଼ୁଛି ଆଉ ଲଢ଼ିବ ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି l

ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଉଛନ୍ତି l ଲୋକଙ୍କ ସାଙ୍ଗରେ ନବୀନ ଅଛନ୍ତି। କେନ୍ଦ୍ର ସରକାର ଅବହେଳା କରୁଛନ୍ତି । ଲୋକ କାହିଁକି ଚାଉଳ ଓ ଘର ପାଉନାହାନ୍ତି, ସେ ବିଷୟରେ ବିଜେଡି ଲୋକଙ୍କୁ ଅବଗତ  କରିବ l

ଲୋକମାନେ ସଚେତନ ହେବେ ଓ ସବୁ କଥା ବିଚାର କରିବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି l ସେହିପରି ସମାନ ପସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ।