spot_img

Latest Posts

ପରାଜୟ ସୁନିଶ୍ଚିତ ବୋଲି ବିଜେପି ଜାଣି ସାରିଛି: ବିଜେଡି

ଭୁବନେଶ୍ୱର: ଧାମନଗର ନିର୍ବାଚନରେ ପରାଜୟ ସୁନିଶ୍ଚିତ ବୋଲି ବିଜେପି ଜାଣି ସାରିଛି। ବିଜେପିର ନେତା ଓ କର୍ମୀ ହାରିବା ଭୟରେ ନାରୀଶକ୍ତିକୁ ଆକ୍ରମଣ କରୁଛନ୍ତି। ଲଗାତାର ବିଜେପି ପକ୍ଷରୁ ମିଶନ ଶକ୍ତି ମା ମାନଙ୍କୁ ଅପମାନିତ କାରାଯାଉଛି। ଗତକାଲି ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲୁ। ହେଲେ ଏଥିରୁ କିଛି ଶିକ୍ଷା ନ କରି ପୁଣି ଏଭଳି ଅଭ୍ୟାସ ଜାରି ରଖିଛି ବିଜେପି।

ଦଳର ବରିଷ୍ଠ ନେତା ତଥା ସରକାରଙ୍କ ରାଜସ୍ୱ ମନ୍ତ୍ରୀଙ୍କୁ ଅଟକ ପାଇଁ ଉଦ୍ୟମ କରିବା, ପ୍ରଚାର କରେଇ ନ ଦେବା ପାଇଁ ଉଦ୍ୟମ ସମଗ୍ର ନାରୀ ଜାତି ପାଇଁ ଅପମାନ। ବିଜେପି ନେତା ଓ କର୍ମୀଙ୍କ ଏଭଳି କାର୍ଯ୍ୟକଳାପ ଵିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଛି। ବିଜେପି ମିଛ ଅଭିଯୋଗ ଆଣି ସିଇଓଙ୍କୁ ଭେଟିବା ନିଜର ଏକ ଅଭ୍ୟାସରେ ପରିଣତ ହୋଇଛି।

ନିର୍ବାଚନ ହାରିବା ସୁନିଶ୍ଚିତ ବୋଲି ଜାଣିବା ପରେ ଏଭଳି ମିଛ ଅଭିଯୋଗ ସଂଖ୍ୟା ବଢି ଚାଲେ। ହେଲେ ମା ମାନଙ୍କୁ ଅପମାନ କୁ କେବେ ବି ଧାମନଗର ବାସୀ ବରଦାସ୍ତ କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ତଥା OTDC ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି।

Latest Posts

Don't Miss