ନିୟମ ଉଲଂଘନ କରି ସାମ୍ବାଦିକଙ୍କୁ ଆକ୍ରମଣ କଲେ ବିଜେପି ପ୍ରାର୍ଥୀ, ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିୟମ ଭାଙ୍ଗିଛନ୍ତି ବିଜେପି ପ୍ରାର୍ଥୀ । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଶୃଙ୍ଖଳା କରିଛନ୍ତି । ପ୍ରଚାର ସମୟ ସରିବି କ୍ୟାମ୍ପେନ କରୁଥିଲେ ପ୍ରଦୀପ ପୁରୋହିତ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏଥିପାଇଁ ପ୍ରଦୀପଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଅନ୍ୟପଟେ ସମୟ ସରିବା ପରେ ପ୍ରଦୀପଙ୍କ ପ୍ରଚାର ବେଳେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଏଥିରେ ଉତ୍ତ୍ୟକ୍ତ ହୋଇ ନନ୍ଦିଘୋଷ ଟିଭି ଉପରକୁ ଆକ୍ରମଣ କରିଥିଲେ ବିଜେପି କର୍ମୀ । ପ୍ରଦୀପଙ୍କ ନିର୍ଦ୍ଦେଶରେ ନନ୍ଦିଘୋଷ ଟିଭି ଉପରକୁ ଆକ୍ରମଣ ହୋଇଥିଲା । ଯେଉଁଥିରେ ନନ୍ଦିଘୋଷ ଟିଭିର ରିପୋର୍ଟର ଓ କ୍ୟାମେରା ମ୍ୟାନ ଗୁରୁତର ହୋଇଛନ୍ତି । ବିଜେପିର ଏଭଳି ଗୁଣ୍ଡାରାଜକୁ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।